Webportal

ଅନୁଗୁଳରେ ସାମୁହିକ ବିବାହ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

0 573

ଅନୁଗୋଳ ରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ଦ୍ଵିତୀୟ ଥର ପାଇଁ ଅନୁଗୋଳ ରେ ହେବ ଏହି ବିବାହ ଉତ୍ସବ । ଗତଥର ୫୪ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସମସ୍ତଙ୍କୁ ଖଟ, ଟେବୁଲ,ଚୌକି,ଆଲମୀରା,ବାସନ କୁସନ ଏବଂ ଆର୍ଥିକ ସହାୟତା ଆଦି ପ୍ରଦାନ କରାଯାଇଥିଲା ।ଚଳିତଥର ବିବାହ ଉତ୍ସବରେ ଇଛୁକ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ୧୫ ତାରିଖ ସୁଧା ରେଜିଷ୍ଟ୍ରେସନ କରିବାକୁ ହେବ ବୋଲି ଆୟୋଜକ ସାମ୍ବାଦିକ ସମ୍ମିଳନୀ ରେ ସୂଚନାଦେଇଥିଲେ । ଶୁକ୍ରବାର ଦିନ 28 ଯୋଡି ରେଜିଷ୍ଟେସନ କରିଛନ୍ତି । ଏହାକୁ ନେଇ ଦିନ ତମାମ ଏହି ରେଜିଷ୍ଟେସନ ପ୍ରକ୍ରିୟା ଚାଲିଥିବା ବେଳେ 28 ଟି ଦମ୍ପତିକୁ ଡ୍ରେସ ଶାଢ଼ୀ ଜୋତା ଟୋପି ଚପଲ ପ୍ରଦାନ କରାଯାଇଛି । 29 ତାରିଖ ମଧ୍ୟରେ ଯଦି ନୂଆ ଯୋଡି ଆସି ସାମୂହିକ ବିବାହରେ ଯୋଗ ଦେବେ ସେମାନଙ୍କୁ ସୁଯୋଗ ଦିଆ ଯିବ ବୋଲି କର୍ମକର୍ତ୍ତା କହିଛନ୍ତି ।

Leave A Reply

Your email address will not be published.