Webportal

ଚୋରା କେନ୍ଦୁପତ୍ର ସହିତ ଗାଡି ଜବତ

0 272

କିଶୋରନଗର ବ୍ଲକ ବାଜପୁର ଗ୍ରାମ ଜାମ୍ବୁସାହିଠାରୁ ରବିବାର ବିଳମ୍ବିତ ରାତିରେ ବାମୁର ବନବିଭାଗ ଏକ ପିକଅପ ଭ୍ୟାନ (ନଂ ଓଡ଼ି୦୧୫କେ୮୦୬୮)ରେ ବୋଝେଇ ହୋଇଥିବା ଚୋରା କେନ୍ଦୁପତ୍ରକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାନରୋହିଲା ଗ୍ରାମର ହିଙ୍ଗୁରାମ ନାଏକଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାସ୍ଥଳରୁ ୩ ଜଣ ଫେରାର ହୋଇଯାଇଛନ୍ତି। ଏଥିରେ ଅଢେଇ କ୍ୟୁଇଣ୍ଟାଲ କେନ୍ଦୁପତ୍ର ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉକ୍ତ ପିକଅପ ଭ୍ୟାନଟି ଚୋରା କେନ୍ଦୁପତ୍ର ବୋଝେଇ କରି ଅନୁଗୋଳ ଅଭିମୁଖେ ଯାଉଥିବାବେଳେ ଖବରପାଇ ବାମୁର ଡେପୁଟି ରେଞ୍ଜର କୈଳାସ ଚନ୍ଦ୍ର ସାହୁ, ଫରେଷ୍ଟର ସୁଦର୍ଶନ ପ୍ରଧାନ, ଫରେଷ୍ଟର ଗାର୍ଡ ଉପେନ୍ଦ୍ର ସାହୁ, ଜିତେନ୍ଦ୍ର ସାହୁ, ମୋହନ ବେହେରା ପ୍ରମୁଖ ଚଢାଉ କରିଥିଲେ।

Leave A Reply

Your email address will not be published.