ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗ୍ରାମରୁ ୮ଟି ହାତ ବୋମା,୨ଟି ଦେଶୀ ବନ୍ଧୁକ,୬୨ଟି ଛୋଟ ଗୁଳି ଜବତ। କିଛି ସୀସା ଆଉ ପଟାସ ଭଳି ବିସ୍ଫୋରକ ସାମଗ୍ରୀ ବି ଜବତ ହୋଇଛି।ଏହି ଘଟଣାରେ ଜଣକୁ ଗିରଫ କରିଛି ବନ ବିଭାଗ। ଗିରଫ ଜଣକ ହେଲେ ଦୁର୍ଗାପୁର ଗାଁର ଦିଲ୍ଲୀପ ନାୟକ। ଶିକାର ଉଦେଶ୍ୟରେ ଏହି ସାମଗ୍ରୀ ବ୍ୟବହାର କରୁଥିଲେ। ବନ ବିଭାଗର ଚଢ଼ାଉ ବେଳେ ଏହି ସାମଗ୍ରୀ ଜବତ ହୋଇଛି।