Webportal

ପ୍ରେମ ନିବେଦନ କରି ବିଫଳ ହେବାରୁ ଜଘନ୍ୟ ହତ୍ୟା; ପ୍ରକାର ପ୍ରକାରର ବ୍ୟକ୍ତିଙ୍କୁ ଘରକୁ ପଶିବାକୁ ଦେଉଥିବା ଆଧୁନିକ ମହିଳାଙ୍କ ପାଇଁ ସତର୍କ ଘଣ୍ଟି

ଅପରାଧୀ ଡାଳେ ଡାଳେ ତ ରାହୁଲଙ୍କ ଟିମ ପତ୍ରେ ପତ୍ରେ

0 111

ଅପରାଧୀ ଡାଳେ ଡାଳେ ତ ରାହୁଲଙ୍କ ଟିମ ପତ୍ରେ ପତ୍ରେ।ପ୍ରେମ ନିବେଦନ କରି ବିଫଳ ହେବାରୁ ଜଘନ୍ୟ ହତ୍ୟା; ପ୍ରକାର ପ୍ରକାରର ବ୍ୟକ୍ତିଙ୍କୁ ଘରକୁ ପଶିବାକୁ ଦେଉଥିବା ଆଧୁନିକ ମହିଳାଙ୍କ ପାଇଁ ସତର୍କ ଘଣ୍ଟି।ଦାୟିତ୍ବ ନେଉ ନେଉ ନମିତା ନାୟକଙ୍କ ବଡ ସଫଳତା।ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପୁନର୍ବାର ପ୍ରମାଣ କରିଛନ୍ତି ଯେ ତାଙ୍କ ଟିମ କୌଣସି ଅପରାଧୀକୁ ଖୋଜୀ ବାହାର କରିବାରେ ବିଫଳ ହେବ ନାହିଁ।ଡିସେମ୍ବର ମାସ ପହିଲାରେ ଅନୁଗୁଳ ଜିଲ୍ଲାର ନାଲକୋ ନଗର ଆବାସିକ କଲୋନୀରେ ଏକ ସନ୍ଦେହଜନକ ମୃତୁ ଘଟିଥିଲା। ମୃତକ ମହିଳା ଥିଲେ ୩୫ ବର୍ଷୀୟ ମଧୁସ୍ମିତା ପ୍ରଧାନ। ହତ୍ୟାକାରୀ ହତ୍ୟାକୁ ଲୁଟ ଦର୍ଶାଇବାକୁ ଯାଇ ସୁନା ଗହଣା ଆଦି ଲୁଟି ନେଇଥିବାର ପ୍ରମାଣ ଛାଡିଥିଲା। ସ୍ଥାନୀୟ ପୋଲିସ ହତ୍ୟାକାରୀ ଓ ହତ୍ୟାର କାରଣ ଖୋଜିଚାଲିଥିଲା ବେଳେ ନୂଆ କରି ଆଇଆଇସି ଭାବେ ଦାୟିତ୍ବ ଗ୍ରହଣ କରିଥିବା ନମିତା ନାୟକଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ଅର୍ପଣ କରିଥଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ। ଆଉ ତା ପରେ ନିଜ ଟିମ ସହିତ ଅପରେସନ ସାଇଲେଣ୍ଟ କୋବ୍ରା କରି ବିଭିନ୍ନ ପ୍ରକାରର ମିଳିଥିବା ପ୍ରମାଣ ସହାୟତାରେ ନମିତା ଅପରାଧୀ ତପନ ସାହୁକୁ ଧରିବାରେ ସଫଳ ହୋଇଥିଲେ। ଗିରପ ତପନ ସ୍ବୀକାର କରିଥିବା ଅନୁଯାୟୀ ସେ ପାଇପ ମିସ୍ତ୍ରୀ ଭାବେ ମରାମତି କରିବାକୁ ମଧୁସ୍ମିତାଙ୍କ ଘରକୁ ଯାଇଥିଲା ଏବଂ ସେହି ସମୟରେ ତାଙ୍କୁ ପ୍ରେମ ନିବେଦନ କରିଥିଲା। କିନ୍ତୁ ମଧୁସ୍ମିତା ତାକୁ ପୋଲିସ ରେ ଦେବାକୁ ଧମକ ଦେବାରୁ ସେ ଓଡନିରେ ତାଙ୍କ ବେକ ଚିପି ହତ୍ୟା କରିଥିଲା। ପରେ ଏହାକୁ ଲୁଟପାଟ ର ରୂପ ଦେବାପାଇଁ ଚୋରି ହେଇଥିବାର ପ୍ରମାଣ ଛାଡିଥିଲା। ଚୋରି ଜିନିଷ ତା ନିକଟରୁ ନାଲକୋ ନଗର ଆଦର୍ଶ ଥାନାର ପୋଲିସ ଜବତ କରିଛି। ଏ ସମସ୍ତ ତଥ୍ଯ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଗୁରୁବାର ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ଏ ହତ୍ୟାକାଣ୍ଡ ଆଜିକାଲି ଘରେ ଏକୁଟିଆ ରହୁଥିବା ମହିଳା ମାନଙ୍କ ପାଇଁ ଏକ ବଡ ସତର୍କ ଘଣ୍ଟି। ସେମାନେ ତାଙ୍କ ପରିବାର ମୁଖିଆଙ୍କ କଥା ସିନା ଶୁଣୁ ନାହାନ୍ତି, କିନ୍ତୁ ଏପରି ଘଟଣାରୁ ବୁଝିଝିବା ଉଚିତ ଯେ ଆଧୁନିକତା ନାଁ ରେ ମନଇଚ୍ଛା ବାହାର ଲୋକ ଖାସ କରି ମିନିଟ ମିନିଟରେ ଡାକୁଥିବା ଡେଲିଭରୀ ବୟ ମାନେ ମଧ୍ଯ କିଛି ବି ବିପତି ନେଇ ଆସି ପାରନ୍ତି। ତଥ୍ଯ ଅନୁଯାୟୀ ଆଜିକାଲି ଅଧିକାଂଶ ଅପରାଧ ଏହି ଡେଲିଭରୀ ବୟ ମାନଙ୍କ ଜରିଆରେ ଘଟୁଛି। ତେଣୁ ଆମର ମା ଭଉଣୀ ଆଦି ମାନେ ନିଜର ବହୁମୂଲ୍ୟ ସୁରକ୍ଷା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.