Webportal

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ

ପରୀକ୍ଷା ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ’ ଉପରେ ଛାଡ଼ି ଦେଇଥିଲା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ

0 197

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଏବେ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପରୀକ୍ଷା ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ’ ଉପରେ ଛାଡ଼ି ଦେଇଥିଲା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି)। ଯାହାକି ଏବେ ଉଭୟ ଓଡ଼ିଶା ପୁଲିସ ଓ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏହି ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା ପଛରେ ରାଜ୍ୟ ସରକାରଙ୍କ ଶୀର୍ଷ ପାହ୍ୟାର ଜଣେ ଆଇଏଏସ୍ ଅଫିସରଙ୍କ ଭୂମିକା ଥିବା ସନ୍ଦେହ କରାଯାଉ ଥିବାବେଳେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିଛି ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ ନାମକ ସଂସ୍ଥା। ପ୍ରାୟ ୧୫୦କୋଟି ଟଙ୍କାର ଏହି ପରୀକ୍ଷା ଅନିୟମିତତା ଘଟଣାରେ କ୍ରାଇମବ୍ରାଂଚ ଓ ଓପିଆରବି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଉ ନଥିବାବେଳେ ବିରୋଧୀ ଓ ଶାସକ ଦଳର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଅସଲ କାର୍ପେଟଦାର ଓ ମାଷ୍ଟରମାଇଣ୍ଡଙ୍କୁ ଖସାଇ ଦେବାକୁ ଷଡ଼ଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି ।ଗିରଫ ୧୧୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅବସରପ୍ରାପ୍ତ ଜେଲ ଡିଆଇଜି କୁଳମଣୀ ବେହେରାଙ୍କ ପୁଅ ଅମୀୟ ବେହେରା ରହିଥିବା ସେ କହିଛନ୍ତି । ସେପଟେ ବିରୋଧୀ ବିଜେଡି ମଧ୍ୟ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥଙ୍କୁ ଟାର୍ଗେଟ୍ କରି କ୍ରାଇମବ୍ରାଂଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଛି । ଗୃହ ବିଭାଗର ୨୦୨୫ ମେ’ ୧୩ତାରିଖର ବିଜ୍ଞପ୍ତି ଅନୁସାରେ ସୁଶାନ୍ତ କୁମାର ନାଥଙ୍କୁ ଓପିଆରବି ଅଧ୍ୟକ୍ଷ ଓ ସଦସ୍ୟ ଭାବେ ଏସଏପି ଆଇଜି ଅବିନାଶ କୁମାର ଓ ଏଚଆରପିସି ଏସପି ରାଜେନ୍ଦ୍ର କୁମାର ସେନାପତି ରହିଛନ୍ତି ।ତେବେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଓପିଆରବିଠାରୁ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ ଉଦ୍ୟୋଗ ‘ଆଇଟିଆଇ ଲିମିଟେଡ’ କାହିଁକି ୫ଦିନ ଧରି ନିରବ ରହିଛି ଓ ଏହାର ପଦାଧିକାରୀଙ୍କୁ କାହିଁକି ଜେରା କରାଯାଇ ନାହିଁ ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ତା’ଛଡ଼ା ବାରମ୍ବାର ନିଜ ପାର୍ଟନର ବଦଳାଇବା ପାଇଁ ଆଇଟିଆଇ ଲିମିଟେଡକୁ ରାଜ୍ୟ ଗୃହ ବିଭାଗର କିଏ କେଉଁସ୍ତରରେ ଅନୁମତି ଦେଇଥିଲେ ତା’ର ଖୋଳତାଡ଼ କ୍ରାଇମବ୍ରାଂଚ ଜାଣିଶୁଣି କରୁନଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.