Webportal

ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

୫୧ ୟୁନିଟ ରକ୍ତ ସଂଗୃହିତ

0 179

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ସମ୍ମାନିତ ଅତିଥି ଭାବେ ଅନୁଗୁଳ ପୌରପାଳିକା ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ | ଓଡିଶା ଉଦୟ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ମୃତିଲିପି ମିଶ୍ର , ସାଧାରଣ ସମ୍ପାଦକ ମାନସ ରଞ୍ଜନ ମିଶ୍ର, ଯୁଗ୍ମ ସମ୍ପାଦିକା ଅର୍ଚନା ପଟ୍ଟନାୟକ ,ଅନୁଷ୍ଠାନ ର ଉପଦେଷ୍ଟା ପ୍ରଫୁଲ୍ଲ ମିଶ୍ର, ଆଇନ ପରାମର୍ଶଦାତା ରବି ପଟ୍ଟନାୟକ, ସଦସ୍ୟ ପରେଶ ସାହୁ, ସଦସ୍ୟ ଶୁଭ୍ରଜିତ ସ୍ୱାଇଁ ପ୍ରମୁଖ ଦ୍ଵାରା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇଥିବାରୁ ଓଡିଶା ଉଦୟ ଫାଉଣ୍ଡେସନ କୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପୁରୁଷଙ୍କ ଭଳି ମହିଳାମାନେ ଦିନକୁ ଦିନ ଏକ୍ଷେତ୍ରରେ ଆଗକୁ ଆସୁଥିବାରୁ ସମାଜରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ଯୁବପିଢ଼ି ରକ୍ତଦାନ ଭଳି ମହତଦାନ କରିବାକୁ ଆଗେଇ ଆସିବା ଦରକାର । ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ।ସମାଜସେବୀ କ୍ଷୀରୋଦ ସାହୁ,ଜିତେନ୍ଦ୍ର ସାହୁ, ପର୍ଶୁରାମ ଦାସ, ଶକ୍ତି ପଟ୍ଟନାୟକ, ମହେନ୍ଦ୍ର ବସ୍ତିଆ,ପ୍ରତାପ ମହାପାତ୍ର,ସାମ୍ବାଦିକ ଲିଟୁନ ସାହୁ, ADCCI ର ସଭାପତି ଓ ସମ୍ପାଦକ, ସ୍ୱସ୍ତିକ ସାହୁ,ସମାଜସେବୀ ସନ୍ତୋଷ ବେହେରା, ବ୍ରହ୍ମଜ୍ୟୋତି ମିଶ୍ର, ବାବୁ ଗୋଛାୟତ ପ୍ରମୁଖ ସାମିଲ ହୋଇ ସହଯୋଗ କରଥିଲେ |ଏହି ଶିବିରରେ ସ୍ବେଛାସେବୀ ଙ୍କ ସହ ସାମ୍ବାଦିକ, ଆଇନଜୀବୀ ସାମିଲ ହୋଇଥିଲେ | ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା |

Leave A Reply

Your email address will not be published.