Webportal

ଅନୁଗୁଳ ରେ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଆଶାବାଦୀ

ଆୟୋଜକ ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ

0 492

ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଅନୁଗୁଳ ସହର ର କଳାକେନ୍ଦ୍ର ଠାରେ ଆସନ୍ତା ୨୩ ଫେବୃଆରୀ ରବିବାର ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ଏହି ଶିବିରରେ ୫୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଠିକାଦାର ସଙ୍ଘ ଆଶା ରଖିଛି। ଏଥିପାଇଁ ସମାଜର ସମସ୍ତ ବର୍ଗଙ୍କ ସହାୟତା ନିବେଦନ କରିଛନ୍ତି ସଂଘର ସଭାପତି ସୁନିଲ ପ୍ରଧାନ ଓ ଅନ୍ୟ ସଦସ୍ୟ ମାନେ। ଶୁକ୍ରବାର ଦିନ ଏକ ସାମ୍ୱାଦିକ ସମ୍ମିଳନୀରେ ଆୟୋଜନ ହେବାକୁ ଥିବା ରକ୍ତଦାନ ଶିବିର ବିଷୟରେ ସଂଘର ସଭାପତି ସୁନିଲ କୁମାର ପ୍ରଧାନ ସୂଚନା ଦେଇଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ସୁବୋଧ ମହାପାତ୍ର ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଅସିତ କୁମାର ମଧ୍ୟ ଉପସ୍ଥିତ ଥିଲେ। ସଙ୍ଘ ପ୍ରଥମ ଥର ପାଇଁ ଏହିପରି ଶିବିରର ଆୟୋଜନ ନିଜର ସାମାଜିକ ଦାୟିତ୍ୱ ତୁଲାଇବା ନିମନ୍ତେ କରୁଅଛି। ଆଗକୁ ମଧ୍ୟ ଏହିପରି ସାମାଜିକ ଦାୟିତ୍ୱ ତୁଲାଇବା ପରି କାର୍ଯ୍ୟ ଜାରିରହିବ ବୋଲି ସଭାପତି ସୁନିଲ କୁମାର ପ୍ରଧାନ। ରବିବାର ସକାଳ ୭.୩୦ ରୁ ଏହି ରକ୍ତଦାନ ଶିବିର ଆରମ୍ଭ ହେବ। ରବିବାର ରକ୍ତଦାନ ଶିବିର ଆୟୋଜନ ଅବସରରେ ରକ୍ତଦାତାଙ୍କ ଉତ୍ସାହ ବୃଦ୍ଧି କରିବାକୁ ଅନ୍ୟ ମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପ୍ରଶାସନ ର ଅଧିକାରି ମାନେ ଓ ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଳି ଠିକାଦାର ସଙ୍ଘର ସଭାପତି ସୁନିଲ କୁମାର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.