Webportal

ମହିଳା କନଷ୍ଟେବଲଙ୍କୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ

କଟକ ଲାଲ୍‌ବାଗ ଥାନା ସିଦ୍ଧେଶ୍ୱରସାହିରେ ଜଘନ୍ୟ ହତ୍ୟାକାଣ୍ଡ

0 335

ମହିଳା କନଷ୍ଟେବଲଙ୍କୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ।କଟକ ଲାଲ୍‌ବାଗ ଥାନା ସିଦ୍ଧେଶ୍ୱରସାହିରେ ଜଘନ୍ୟ ହତ୍ୟାକାଣ୍ଡ।ଜଣେ ମହିଳା କନଷ୍ଟେବଲଙ୍କୁ ହତ୍ୟା କରି ଦେଇଛନ୍ତି ତାଙ୍କ ସ୍ୱାମୀ। ତା’ପରେ ସେ ଆତ୍ମହତ୍ୟା ଉଦ୍ୟମ କରି କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି।ମୃତ ମହିଳା କନଷ୍ଟେବଲଙ୍କ ନାଁ ବିଷ୍ଣୁପ୍ରିୟା ମଲ୍ଲିକ। ସେ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ଛୋଟ ଝିଅ ଅଛି। ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ।ଆଜି ଦ୍ୱିପହରରେ କୌଣସି କଥାକୁ ନେଇ ବିଷ୍ଣୁପ୍ରିୟା ଓ ବିଶ୍ୱଜିତଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ବିଶ୍ୱଜିତ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ବିଶ୍ୱଜିତଙ୍କୁ ଅଟକାଇ ଥିଲେ। ହେଲେ ବିଷ୍ଣୁପ୍ରିୟା ବଞ୍ଚି ନଥିଲେ। ପରେ ବିଶ୍ୱଜିତ ସେହି ଛୁରୀରେ ନିଜ ବେକ କାଟି ଭିତରୁ କବାଟ ବନ୍ଦ କରି ଦେଇଥିଲେ। ଲୋକଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚି ବିଶ୍ୱଜିତଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଅଛି। ଲାଲବାଗ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଶବକୁ ଜବତ କରିଛି।

Leave A Reply

Your email address will not be published.