Webportal

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ଦୁଇ ଗିରଫ

0 214

ଅନୁଗୁଳ ଅବକାରୀ ବିଭାଗ ଆଜି ମିଳିଛି ବଡ ଧରଣର ସଫଳତା। ସୂଚନା ଯେ, ଫୁଲବାଣୀ ଅଞ୍ଚଳ ରୁ ଏକ ମାରୁତି ସୁଜୁକି କାର ରେ ଗଞ୍ଜେଇ ଯାଉଥିବା ଖବର୍ ଅବକାରୀ ବିଭାଗ ପାଇଥିଲା। ଅବକାରୀ ବିଭାଗ ପଞ୍ଚମହଲା ଠାରେ ଯାଞ୍ଚ କରୁଥିବା ବେଳେ ଏକ ମାରୁତି ସୁଜୁକି କାର ରେ ପ୍ରାୟ ୧୦୦ କେଜି ରୁ ଅଧିକ ଗଞ୍ଜେଇ ନେଇ ଯାଉଥିବା ବେଳେ ପଞ୍ଚମହଲା ଠାରେ ଧରି ଥିଲେ। ଯାହାର ଆନୁମାନିକ ମୂଲ୍ଯ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଉଛନ୍ତି ବଉଦ ଅଞ୍ଚଳରୁ ଭୀକୁନ ମହାକୁଡ (୨୮), କନ୍ଧମାଳ ଅଞ୍ଚଳର ନବୀନ ପାତ୍ର (୨୩) ଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

Leave A Reply

Your email address will not be published.