Webportal

ନାଟ୍ୟମ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ ଘିନୁଆ

0 262

ଆଜି ସନ୍ଧ୍ୟାରେ ଅନୁଗୋଳ ସଭା ଘରେ ନାଟ୍ୟମ ନାଟ୍ୟ ମେଳା ର ଚତୁର୍ଥ ରଜନୀ ରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ।ସମାରୋହକୁ ଉଦ୍ଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି କହିଥିଲେ ଅଧ୍ୟାପକ ଶ୍ରୀ ଦାସ।ପାରାଦୀପ ର କ୍ୟାନ୍ମାସ ଗ୍ରୁପ୍ ଘିନୁଆ ନାଟକ ଟିକୁ ପ୍ରସ୍ତୁତ କରିଥିଲା।ପ୍ରସିଦ୍ଧ କଥାକାର ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ଶିକାର ଗଳ୍ପ କୁ ନାଟ୍ୟ ରୂପ ଦେଇଥିଲେ ଡ଼ା ସଞ୍ଜୟ ହାତୀ।ନିର୍ଦ୍ଦେଶନା ଦେଇଛନ୍ତି କୈଳାସ ପାଣିଗ୍ରାହୀ।ନାଟକ ଟି ପ୍ରାକ୍ ସ୍ଵାଧୀନତା ସମୟର।ଘିନୁଆ ଜଣେ ଆଦିବାସୀ ନାମକରା ଶିକାରୀ।ସେ ଅନେକ ସମୟରେ ବାଘ,ହରିଣ, କୁଟୁରା ଆଦି ଶିକାର କରି ଇଂରେଜ ଅଫିସରଙ୍କୁ ଦିଏ ଆଉ ମୋଟା ଅଙ୍କର ବକ୍ସିସ୍ ପାଏ।ଦିନ ପରେ ଦିନ ଗଡି ଚାଲେ।ଜଙ୍ଗଲ ଭିତରେ ନକ୍ସଲ ମେଳି ହୁଏ,ଇଂରେଜ ସରକାର ଙ୍କ ବିରୁଦ୍ଧରେ ବି ମେଳି ହୁଏ।ଇତି ମଧ୍ୟରେ କାଠ ମାଫିଆ ଗୋବିନ୍ଦ ସର୍ଦ୍ଦାର ଜଙ୍ଗଲରେ ରହୁଥିବା ଆଦିବାସି ଙ୍କୁ ହଇରାଣ କରେ।ତାର ଆଖି ପଦେ ଘିନୁଆ ର ସ୍ତ୍ରୀ ରତନି ଉପରେ। ତାରୂପ ଲାବଣ୍ୟ ରେ ମୋହିତ ହୋଇ ତାକୁ ଉପଭୋଗ କରିବାକୁ ମନସ୍ଥ କରେ ।ଏହା ଦେଖି ଘିନୁଆ ହିଂସ୍ର ହୋଇଉଠେ।ଗୋବିନ୍ଦ କୁ ସଫା କଲେ ମୋଟା ଅଙ୍କର ବକ୍ସିସ୍ ମିଳିବ ବୋଲି ଭାବେ।ତେଣୁ ଦିନେ ସୁଯୋଗ ଦେଖି ଗୋବିନ୍ଦ କୁ ହାଣି ତା କଟା ମୁଣ୍ଡ ଧରିଇଂ ରେଜ ଅଧିକାରୀଙ୍କୁ ଦିଏ ଆଉ ବଦଳରେ ବକ୍ସିସ୍ ମାଗେ। କିନ୍ତୁ ଆଇନର ଜାଲରେ ଛନ୍ଦି ହୋଇ ପଡେ ସେ।ତାକୁ ମିଳେ ଫାଶୀ ଦଣ୍ଡ।ଫାଶୀ ଦଣ୍ଡ ସମୟରେ ବି ବକ୍ସିସ୍ ମାଗିବା ଘିନୁଆ ର ସରଳ ପଣିଆ କୁ ଯେଭଳି ପ୍ରକଟିତକରିଚି। ରତନୀ ଘିନୁଆ କୁ ଯେଭଳି ଶେଷ ସମୟପ ର୍ଯ୍ୟନ୍ତ ଅପେକ୍ଷା କରିଛି ତାହା ନାଟକକୁ ବେଶ୍ ମର୍ମସ୍ପର୍ଶୀ କରିପାରିଛି।ଘିନୁଆ ଚରିତ୍ର ରେ ସଚ୍ଚିକାନ୍ତ ବିଶ୍ଵାଳ ଙ୍କ ଭୂମିକା ବେଶ୍ ଉପଭୋଗ୍ୟ ହୋଇଚି।ସମାରୋହକୁ ନାଟ୍ୟମ ର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଓ କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.