Webportal

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଲେ ମହିଳା 

0 139
ପାଣି ଟୋପାଏ ପାଇଁ ଡହଳ ବିକଳ କନ୍ୟାବେଡ଼ା ଗ୍ରାମବାସି ।ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ।ବିଧାୟକଙ୍କୁ କହିଥିଲୁ ଆମେ ତମକୁ ସମସ୍ତେ ଏକ ମତହେଇ ଖୁସିରେ ଭୋଟ ଦେବୁ, ହେଲେ ଆମକୁ ଖାଲି ପାଣି ସୁବିଧା ଟିକେ କରେଇ ଦିଅ।ବିଧାୟକ ହଁ ମାରିଦେଇ ଚାଲିଗଲେ, ହେଲେ ଆଉ ଦେଖା ଦେଲେ ନାହିଁ କି , ପାଣି ସୁବିଧା କରାଇ ଦେଲେନାହିଁ।ବାଧ୍ୟ ହୋଇ ଆଜି ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଲେ ।ମଙ୍ଗଳବାର ଏମିତି କିଛି ଘଟଣା ଦେଖିବାକୁ ମିଳିଛି, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମପଞ୍ଚାୟତ ଅଧୀନ କନ୍ୟା ବେଡ଼ା ଗ୍ରାମରେ । ପାନୀୟ ଜଳ ସମସ୍ୟା.. ସ୍ୱାଧୀନତାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମୌଳିକ ସୁବିଧାର ସମସ୍ୟା ସମାଧାନ ହୋଇପାରୁନାହିଁ । ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ । ଯାହାକୁ ନେଇ ଲୋକମାନେ ବାଧ୍ୟହୋଇ ଗାଁ ରେ ଥିବା ନଳକୂପ ପାଣି ପିଉଛନ୍ତି, ତେବେ ସେହି ନଳକୂପରୁ ନାଲି ପାଣି ବାହାରୁଚି, ଯାହା ପିଇଲେ ଦେହରେ ନାନା ପ୍ରକାର ଚର୍ମରୋଗ ସମସ୍ୟା ଦେଖା  ଦେବା ସହ କିଡ଼ିନି ରୋଗରେ ପଡ଼ୁଛନ୍ତି ।ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସି , ଯାହାକୁ ନେଇ ଆଜି କାଣ୍ତସର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି କନ୍ୟା ବେଡ଼ା ଗ୍ରାମର ଶତାଧିକ ମହିଳା । ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ କଲେ ବ୍ଲକ୍ ଅଫିସ୍ ଓ ଜିଲ୍ଲାପାଳ ଅଫିସ ଘେରାଉ ହେବ ବୋଲି କହିଛନ୍ତି ।
Leave A Reply

Your email address will not be published.