Webportal

ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ

0 211

ନୂଆବର୍ଷରୁ ନୂଆ ନିୟମ ; ଏସି ଟନେଲରେ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ।

ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ ଫିଡବ୍ୟାକ୍ ନିଆଯିବ।

ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତ ମରିଚିକୋଟ୍‌ ଛକରୁ ସିଧା ଶୀତତାପ ନିୟନ୍ତ୍ରିତ ଟନେଲ ବ୍ୟାରିକେଡରେ ପ୍ରବେଶ କରିବେ। ସେଠୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ନବନିର୍ମିତ ସେଡ୍‌ରେ ସିଂହଦ୍ୱାର ଯାଏଁ ଯିବେ। ଯଦି ସେତେବେଳେ ଠାକୁରଙ୍କ ନୀତିକାନ୍ତି ଚାଲୁଥିବ, ତାହାଲେ ଭକ୍ତମାନେ ବ୍ୟାରିକେଡ ଭିତରେ ରହିବେ। ସେହି ସମୟରେ ଯେପରି କୌଣସି ପ୍ରକାର ଅସୁବିଧାରେ ନହେବ, ସେଥିପାଇଁ ହୋଇଛି ପର୍ଯ୍ୟାପ୍ତ ବ୍ୟବସ୍ଥା। ଟନେଲ୍‌ ଭିତରେ ଏସି ଲାଗିଛି। ଅସ୍ଥାୟୀ ଟୟଲେଟ ଓ ପିଇବା ପାଣିର ସୁବିଧା କରାଯାଉଛି। ତା’ସହ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ୟାରିକେଡ ସଲଗ୍ନ ସିଟିଂ ବ୍ୟବସ୍ଥା ମଧ୍ୟ ହୋଇଛି। ଟନେଲ ଭିତରେ ମୋଟ୍ ୬ଟି ରୋ ଅଛି। ଯେଉଁଥିରେ ସାଢ଼େ ୩ ହଜାରରୁ ୪ ହଜାର ଭକ୍ତ ରହି ପାରିବେ

Leave A Reply

Your email address will not be published.