Webportal

ଗୁଜରାଟରେ ଚାଲିଛି ନକଲି ଔଷଧ କାରବାରର ଏକ ବଡ଼ ରାକେଟ

0 232

ଗୁଜରାଟରେ ଚାଲିଛି ନକଲି ଔଷଧ କାରବାରର ଏକ ବଡ଼ ରାକେଟ। ଗୁରୁତର ରୋଗ ସମସ୍ୟା ପାଇଁ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ ଟାବଲେଟ୍‌ରେ ମିଶ୍ରଣ କରାଯାଉଛି କ୍ୟାଲସିୟମ କାର୍ବୋନେଟ୍‌ ବା ଚୂନ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜ୍ୟ ଖାଦ୍ୟ ଏବଂ ଡ୍ରଗ୍ସ ନିୟନ୍ତ୍ରଣ ପ୍ରଶାସନ (FDCA) ଏହି ରାକେଟର ପର୍ଦ୍ଦାଫାସ କରିଛି। ଚଢ଼ାଉ କରି ପ୍ରାୟ ୧୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ଆଣ୍ଟିବାୟୋଟିକ୍‌ ଔଷଧ ଜବତ କରିଛି ତଦନ୍ତକାରୀ ସଂସ୍ଥା ଏଫଡିସିଏ।ଗୁଜରାଟର ଏଫଡିସିଏ କମିଶନର ଏଚ୍ ଜି କୋଶିଆ କହିଛନ୍ତି, ଆମେ ଯେତେବେଳେ ଟାବଲେଟର ଫାର୍ମାକୋଲୋଜିକାଲ ପରୀକ୍ଷଣ କରିଥିଲୁ ସେତେବେଳେ ଅପମିଶ୍ରଣର ଏପରି ସାଙ୍ଘାତିକ ମାମଲା ସାମ୍ନାକୁ ଆସିଥିଲା। ଆଣ୍ଟିବାୟୋଟିକ ଟାବ୍‌ଲେଟ୍‌ରେ କେବଳ କ୍ୟାଲସିୟମ କାର୍ବୋନେଟ ବା ଚୂନ ମିଶ୍ରିତ କରାଯାଇଥିବା ଜାଣିବାକୁ ପାଇଥିଲୁ। ଜବତ ହୋଇଥିବା ସାମଗ୍ରୀର ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଇଛୁ ଏବଂ ଏପରି ନକଲି ଔଷଧରୁ ଦୂରେଇ ରହିବା ପାଇଁ ମାର୍କେଟିଂ ଏଜେନ୍ସିଗୁଡ଼ିକୁ ସଚେତନ କରାଇଛୁ ବୋଲି କମିଶନର କୋଶିଆ କହିଛନ୍ତି।

Leave A Reply

Your email address will not be published.