Webportal

କର୍ମଚାରୀଙ୍କୁ ହଇରାଣ କରୁଛି ଟାଟା ପାୱାର ମ୍ୟାନେଜମେଣ୍ଟ

0 295

ମାସକୁ ଦରମା ମିଳୁଛି ଦୁଇ ଥରରେ | ଵର୍ଷେ ନ ପୂରୁଣୁ ପୁରୁଣା ଠିକାଦାରଙ୍କୁ ବାହାର କରି ନୂଆ ଠିକା ସଂସ୍ଥାକୁ ଦିଆ ଯାଉଛି କାମ। ଯେତେ ଠିକା ସଂସ୍ଥା ଆସିଲା ସେତେ ନୂଆ ନୂଆ ନୀତି ନିୟମ ବାହାର କଲା। ଟାଟା ପାୱାରର ଏଭଳି ମନମୁଖୀ କାର୍ଯ୍ଯ ପାଇଁ ଠିକା କର୍ମଚାରୀ ମାନେ ହେଉଛନ୍ତି ଶୋଷଣ। ଟାଟା ପାୱାର କର୍ତ୍ତୁପକ୍ଷଙ୍କୁ ଯେତେ ଅଭିଯୋଗ କଲେ ବି ଭୁଆଁ ବୁଲେଇଲା ଭଳି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି | ଯଦି ଠିକା କର୍ମଚାରୀ ମାନେ ତାଙ୍କ ଅସୁବିଧା ସମ୍ପର୍କରେ ଅଭିଯୋଗ କଲେ ଚାକିରି ଛାଡି ଦିଅ ବୋଲି କହୁଛନ୍ତି ଅନୁଗୋଳ ଡିଭିଜନରେ ଥିବା ଟାଟା ପାୱାର ଅଧିକାରୀ। ଏ ନେଇ ଆଜି ଓଡିଶା ପାୱାର ଏମ୍ପ୍ଲୟିଜ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏ ଘଟଣା ବିଷୟରେ ଏ ଏଫ୍ ଏମ ଉମେଶ ଚନ୍ଦ୍ର ଦାସ ଙ୍କୁ ପଚାରିବାରୁ କହିଥିଲେ କି ମୁଁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ପାରିବି ନାହିଁ।

Leave A Reply

Your email address will not be published.