Webportal

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋର୍ଡ ହେବ ଲାଗୁ

0 166

ଭକ୍ତଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଶାଳୀନତା ରହୁନାହିଁ। ଏହା ଦ୍ବାରା ଶ୍ରୀମନ୍ଦିରର ସମ୍ମାନହାନୀ ହେଉଛି। ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଯେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ। ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ପାଇଁ ଏହି କଟକଣା ରହିବ ନାହିଁ।

ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଦ୍ୟମ କରାଯାଇଛି। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଶାଳୀନତା ନଥଲେ ମନ୍ଦିର ଭିତରକୁ ପ୍ରବେଶ ହୋଇପାରିବ ନାହିଁ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବେ। ସବୁ ଯଦି ଠିକ୍‌ଠାକ୍‌ ଚାଲେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ କଡ଼ାକଡ଼ି ଭାବେ ଏହି ନିର୍ଦ୍ଦେଶ ଲାଗୁ ହେବ। ଆଜି(୨୦୨୩ ଅକ୍ଟୋବର ୧୦) ଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସଚେତନତା କରାଯିବ। ୨୦୨୪ ଜାନୁଆରି ୧ ତାରିଖ ଠାରୁ ସିଂହଦ୍ଵାରରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।

Leave A Reply

Your email address will not be published.