Webportal

ଅନୁଗୁଳ ରେ ରଥଯାତ୍ରା ପ୍ରସ୍ତୁତି ଜୋରଦାର

0 250

ଘୋଷ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି ଜୋରଦାର ଚାଲିଛି। ଗତକାଲି ରଥଖଳାରେ ରଥ ଚକ ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଇଛି। ଚକ ନିର୍ମାଣ ସରିବା ପରେ ତିନି ରଥର ମୋଟ ୪୨ ଚକ ଡେରା ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ୧୪ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ (ଦର୍ପଦଳନ) ରଥର ୧୨ ଚକ ଡେରା ଯାଇଛି। ଏଥି ସହିତ ଅଖଚକ ସଂଯୋଗ କରାଯାଇଛି। ଗତକାଲି ତିନି ରଥର ମୁହାଁଟି ବାଡିଆ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଷ୍ଠାର ସହିତ ‌ରଥ ନିର୍ମାଣ କାମକୁ ଜାରି ରଖିଛନ୍ତି।

Leave A Reply

Your email address will not be published.