Webportal

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

0 296

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ।OPSCର ସଚିବ ଭାବେ ରାମଚନ୍ଦ୍ର ପାଲଟା ନିଯୁକ୍ତ।ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ ରାମଚନ୍ଦ୍ର।ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି।OPSCର ଅଧ୍ୟକ୍ଷ ଥିଲେ ପ୍ରମୋଦ କୁମାର।ଦେବବ୍ରତ ସାହୁଙ୍କ ବଦଳି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଛି।ଭୁବନେଶ୍ୱର ଉପଜିଲ୍ଲାପାଳ ଥିଲେ ଦେବବ୍ରତ।ପ୍ରିୟରଞ୍ଜନ ପୃଷ୍ଟି ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳ ନିର୍ଦ୍ଦେଶକ ନିଯୁକ୍ତ।ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିଲେ ପ୍ରିୟରଞ୍ଜନ।ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି।ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ।ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିଲେ ଦିବ୍ୟଲୋଚନ।ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ।ତରଣୀ ସୁନାଙ୍କୁ ବଲାଙ୍ଗୀର ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି।ଆଠମଲ୍ଲିକ ଉପଜିଲ୍ଲାପାଳ ଥିଲେ ତରଣୀ ସୁନା।ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି।ଜଗନ୍ନାଥ୍ରସାଦର ତହସିଲଦାର ଥିଲେ ମନୋଜ ତ୍ରିପାଠୀ।

Leave A Reply

Your email address will not be published.