Webportal

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର

0 350

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର।ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଉଭଉଣୀଙ୍କ ବୟସ ୧୩, ୯, ୪ ବର୍ଷ ଓ ୧୧ ମାସ।ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଆମାଜନ ପରି ଜଙ୍ଗଲରେ ହିଂସ୍ର ପଶୁଙ୍କ ଚଳପ୍ରଚଳ ମଧ୍ୟରେ କିପରି ଏହି ଭାଇଭଉଣୀ ତିଷ୍ଠି ପାରିଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ।

ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଡଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଏହାପରେ ସେମାନଙ୍କ ସନ୍ଧାନ ନିମନ୍ତେ ଟିମ୍‌ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଲା। ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ।

ଦୀର୍ଘ ଦିନର ଖାନତଲାସୀ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ମାଟିରେ ଛୋଟ ପାଦଚିହ୍ନ ଦେଖିବାକୁ ପାଇଥିଲେ। ତେଣୁ ପିଲାମାନେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ। ଏହାପରେ ସେମାନେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ଠାବ କରିଥିଲେ। ସମସ୍ତେ ବଞ୍ଚିଥିବା ଦେଖି ନିଜ ଆଖିକୁ ଉଦ୍ଧାରକାରୀ ଦଳ ବିଶ୍ୱାସ କରି ପାରି ନ ଥିଲେ।

ତେବେ ଏହି ପିଲାମାନେ କୌଣସି ଅଭିଜ୍ଞତା ନ ଥାଇ ଘଞ୍ଚ ଆମାଜନ ଜଙ୍ଗଲରେ କିପରି ୪ର୍ଘ ୪୦ ଦିନ ତିଷ୍ଠି ପାରିଲେ। କ’ଣ ଖାଇଲେ, ରାତି କିପରି କାଟିଲେ, ଛୋଟ ଛୁଆର ଯତ୍ନ କିପରି ନେଲେ ତାହା ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି।

Leave A Reply

Your email address will not be published.