Webportal

ତାମିଲନାଡୁରେ ସରକାରୀ ଚାକିରି ପାଇଁ ତାମିଲ ଭାଷା ଜାଣିବା ବାଧ୍ୟତାମୂଳକ, ବିଧାନସଭାର ଅନୁମୋଦନ

0 143

ତାମିଲନାଡୁ ସରକାରଙ୍କ କୌଣସି ବିଭାଗରେ ଚାକିରି ପାଇଁ ଏଣିକି ତାମିଲ ଭାଷା ଜାଣିବା ବାଧ୍ୟତାମୂଳକ। ତାମିଲ ନ ଜାଣିଥିଲେ ତାମିଲନାଡୁରେ ସରକାରୀ ଚାକିରି କରିପାରିବେ ନାହିଁ ଆଶାୟୀ। ସରକାରୀ ଚାକିରି ଆଶାୟୀଙ୍କୁ ଭର୍ତ୍ତି ପରୀକ୍ଷାରେ ତାମିଲ ଭାଷାର ବିଷୟ ପାସ କରିବାକୁ ପଡିବ । ତାମିଲନାଡୁ ରାଜ୍ୟ ସରକାର ଏଥିପାଇଁ ଆଇନରେ ସଂଶୋଧନ କରିଛନ୍ତି । ବିଧାନସଭାରେ ଶୁକ୍ରବାର ତାମିଲନାଡୁ ସରକାର ସେବକ (ସେବାର ସର୍ତ୍ତ) ଅଧିନିୟମ, ୨୦୧୬ରେ ସଂଶୋଧନ ପାଇଁ ବିଧେୟକ ଆଗତ କରିଥିଲେ ।ଏହି ବିଧେୟକର ପ୍ରାବଧାନ ଅନୁସାରେ, ଅଧିନିୟମର ଧାରା ୨୧ ଅନୁସାରେ ରାଜ୍ୟର ସରକାରୀ ଭାଷା ତାମିଲର ପର୍ଯ୍ୟାପ୍ତ ଜ୍ଞାନ ଥିବା ବ୍ୟକ୍ତି ହିଁ ସରକାରୀ ଭର୍ତ୍ତିର ଯୋଗ୍ୟ ପ୍ରାର୍ଥୀ ହେବେ ।

ତେବେ ନିୟମ ଅନୁସାରେ ସେହି ଆଶାୟୀ ମଧ୍ୟ ଆବେଦନ ପାଇଁ ଯୋଗ୍ୟ ହେବେ, ଯାହାଙ୍କ ପାଖରେ ଆବେଦନ ସମୟରେ ପର୍ଯ୍ୟାପ୍ତ ଜ୍ଞାନ ନାହିଁ । କିନ୍ତୁ ଏହି ଆଶାୟୀଙ୍କୁ ତାମିଲରେ ଦ୍ୱିତୀୟ ଶ୍ରେଣୀର ଭାଷା ପରୀକ୍ଷା ପାସ କରିବାକୁ ପଡିବ । ଯଦି ନିଯୁକ୍ତିର ଦୁଇ ବର୍ଷର ଅବଧିରେ ଭାଷା ପରୀକ୍ଷା ପାସ ନ କରିପାରନ୍ତି ତେବେ ତାଙ୍କୁ ଚାକିରିରୁ ବିଦା କରାଯିବ । ତାମିଲନାଡୁର ଅର୍ଥ ମନ୍ତ୍ରୀ ପଲାନୀଭେଲ ଥିୟାଗା ରାଜନ ବିଧାନସଭାରେ ସଂଶୋଧିତ ବିଧେୟକ ଆଗତ କରିଥିଲେ । ଚର୍ଚ୍ଚା ପରେ ଏହାକୁ ପାରିତ କରାଯାଇଥିଲା ।

Leave A Reply

Your email address will not be published.