Webportal

ପାଠପଢା ନାଁରେ ଶୋଷଣ କରୁଛି ବାଇଜୁସ୍!; ସିଇଓଙ୍କୁ ସମନ ଜାରି

0 147

ଅନଲାଇନ୍ ଲର୍ଣିଂ ପ୍ଲାଟଫର୍ମ ବାଇଜୁସ୍ ର ସିଇଓଙ୍କ ବିରୋଧରେ ଶୋଷଣ ଅଭିଯୋଗ । ଏନେଇ ତାଙ୍କୁ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର)ଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ଆସନ୍ତା ସପ୍ତାହରେ ହାଜର ହେବାକୁ ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କୁ ନୋଟିସ୍ ଦିଆଯାଇଛି । ତେବେ ବାଇଜୁସ୍, ବିଦ୍ୟାର୍ଥୀଙ୍କ ମାତା-ପିତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ବାଇଜୁସ୍‌ର ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଅଭିଭାବକ ଓ୍ବେବସାଇଟରୁ ବିଭିନ୍ନ ପ୍ରକାର ଅଭିଯୋଗ ସାମ୍ନା ଆସିଛି । ଯେଉଁଥିରେ ଅଭିଭାବକ ମାନଙ୍କୁ ପାଠ୍ୟକ୍ରମରେ ଆକର୍ଷଣୀୟ ଅଫର ଦେଖାଇ ଧୋକା ଦିଆଯାଉଛି । ଛାତ୍ରଛତ୍ରୀଙ୍କ ଭବିଷ୍ୟତ ସହିତ ବାଇଜୁସ୍ ଖେଳୁଥିବା କହିଛନ୍ତି ଅଭିଭାବକ । ଏନେଇ ଅଭିଯୋଗ ଆସିବା ପରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତାଙ୍କୁ ସମନ ଜାରି କରିଛନ୍ତି । ଆସନ୍ତା ସପ୍ତାହରେ ସିଇଓ ରବିନ୍ଦ୍ରନଙ୍କୁ ହାଜର ହେବାକୁ ନୋଟିସରେ କୁହାଯାଇଛି ।

ସିପିସିଆର୍ ଅଧିନିୟମ ୨୦୦୫ର ଧାରା ୧୩ ଓ ୧୪ ଅନୁଯାୟୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ନିୟମକୁ ଅନୁସରଣ କରିବା ଆବଶ୍ୟକ । ତେବେ ବାଇଜୁସ୍ ଏହାକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ପରେ, ଶିକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ପାଠ୍ୟକ୍ରମ ଏବଂ ଏହାର ଶୁଳ୍କ ରାଶିର ବିବରଣୀ, ବର୍ତ୍ତମାନର ପାଠ୍ୟକ୍ରମ ବିବରଣୀ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ରିପୋର୍ଟ ଉପସ୍ଥାପନା କରିବା ସହିତ ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କୁ ବ୍ୟକ୍ତିଗତ ଭାବେ ଡିସେମ୍ବର ୨୩ ତାରିଖ ପୂର୍ବରୁ ଉପସ୍ଥିତ ରହିବାକୁ କହିଛନ୍ତି ଆୟୋଗ ।

Leave A Reply

Your email address will not be published.