Webportal

ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା; ଜଣେ ମୃତ ତିନି ଗୁରୁତର

0 270

ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ପଞ୍ଚାୟତ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ। ମିଳିଥିବା ସୂଚନା ଅନୁଯାୟୀ କାର ଟି ଅଙ୍ଗାରବନ୍ଧ ଗ୍ରାମରୁ ସାନ୍ତରାପୁର ଗ୍ରାମକୁ ଯାଉଥିବା ବେଳେ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ହୋଇ ଥିଲା। କାରଟିରେ ଚାରି ଜଣ ଯାଉ ଥିଲେ। ଦୁର୍ଘଟଣା ପରେ ଚାରି ଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟ କୁ ଲୋକେ ନେଇ ଯାଇଥିଲେ। ସେମାନେ ହେଲେ ଅଙ୍ଗାରବନ୍ଧ ଗ୍ରାମର କାହ୍ନା ସାହୁ (୨୦), ସ୍ଵପ୍ନେସ୍ଵର ସାହୁ (୨୦), ବିକି ସାହୁ (୨୦), ଅମର ସାହି (୨୦) ବୋଲି ଜଣା ପଡିଛି। ଚିକିତ୍ସାଧିନ ଅବସ୍ଥା ରେ କାହ୍ନା ସାହୁ ଙ୍କର ମୁତ୍ୟୁ ହୋଇ ଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । କାହ୍ନା ସାହୁ ଙ୍କର ମୃତ୍ୟ ପରେ ଡାକ୍ତର ତାଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇ ଥିଲେ।

Leave A Reply

Your email address will not be published.