Webportal

ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%

0 177

ମହିଳାଙ୍କ ବିରୋଧରେ ଅପରାଧ ମାମଲା ଓ ଏନେଇ ଦଣ୍ଡ ବିଧାନ ହାର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%।

ଏନସିଆରବି ରିପୋର୍ଟ-୨୦୨୧ ଅନୁଯାୟୀ ମିଜୋରାମରେ ଦଣ୍ଡ ବିଧାନ ହାର ସର୍ବାଧିକ ୮୧.୮% ଥିବା ବେଳେ ଲାକ୍ଷାଦୀପ ଓ ପୁଡ଼ୁଚେରୀରେ ଏହା ଶୂନ ରହିଛି। ଏଣେ ଆନ୍ଧ୍ର ପ୍ରଦେଶରେ ଦଣ୍ଡ ବିଧାନ ହାର ୫.୬, ଅରୁଣାଚଳ ପ୍ରଦେଶରେ ୩୨.୩, ଆସାମରେ ୩.୯, ବିହାର: ୫୩.୧ ଛତିଶଗଡ଼ରେ ୩୦.୯, ଗୋଆରେ ୫.୩, ଗୁଜୁରାଟରେ ୫, ହରିଆଣାରେ ୧୭.୭, ହିମାଚଳ ପ୍ରଦେଶରେ ୨୧.୨, ଝାରଖଣ୍ଡରେ ୪୭.୭, କର୍ଣ୍ଣାଟକରେ ୮.୨, କେରଳରେ ୧୪.୫,ମଧ୍ୟ ପ୍ରଦେଶରେ ୩୩.୫, ମହାରାଷ୍ଟ୍ରରେ ୧୩.୭, ମଣିପୁରରେ ୨୯.୬, ମେଘାଳୟରେ ୬୦, ନାଗାଲାଣ୍ଡରେ ୬୩.୬, ପଞ୍ଜାବରେ୨୦.୮, ରାଜସ୍ଥାନରେ ୪୫.୨, ସିକିମରେ ୩୭.୫, ତାମିଲନାଡ଼ୁରେ ୧୭.୯, ତେଲେଙ୍ଗାନାରେ ୧୧.୨, ତ୍ରିପୁରାରେ ୧୯.୩, ଉତ୍ତର ପ୍ରଦେଶରେ ୫୯.୧, ଉତ୍ତରାଖଣ୍ଡରେ ୪୭.୨, ପଶ୍ଚିମବଙ୍ଗ‌ରେ ୨.୫ ପ୍ରତିଶତ ରହିଛି। ଏହାଛଡ଼ା ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଆଣ୍ଡାମାନ-ନିକୋବରରେ ୧୧.୭, ଚଣ୍ଡୀଗଡ଼ରେ ୨୩, ଡାମନଡିଉରେ ୩.୮, ଲଦାଖରେ ୫୦, ଦିଲ୍ଲୀରେ ୩୮.୪ ଓ ଜମ୍ମୁ-କଶ୍ମୀର ଆଦି କେନ୍ଦ୍ରଶାସିତ ଅଞ୍ଚଳରେ ଦଣ୍ଡ ବିଧାନ ହାର ୯.୧ ପ୍ରତିଶତ ରହିଛି। ତେବେ ସର୍ବଭାରତୀୟ ହାର ୨୬.୫% ରହିଥିବା ଜଣାଯାଇଛି।

Leave A Reply

Your email address will not be published.