Webportal

ଦୋଷୀ ସାବ୍ୟସ୍ତ ହେଇ ଅଦାଲତରୁ ଫେରାର ହେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ

0 147

ଶନିବାର ଦିନ ‘୧୯୯୧ ଆର୍ମସ୍‌ ଆକ୍ଟ୍‌’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ‘ଏମ୍‌ଏସ୍‌ଏମ୍‌ଇ’ ମନ୍ତ୍ରୀ ରାକେଶ ସଚାନ୍‌ ରାୟ ଶୁଣାଣି ପୂର୍ବରୁ ଅଦାଲତରୁ ବାହାରି ଚାଲିଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ପରେ ରାକେଶ ସଚାନ୍‌, ତାଙ୍କ ଓକିଲ ଓ ସମର୍ଥକମାନେ କାନପୁର ଅଦାଲତ ପ୍ରକୋଷ୍ଠରୁ ବାହାରି ଚାଲିଯାଇଥିଲେ। କିନ୍ତୁ, ମନ୍ତ୍ରୀ ସଚାନ୍‌ ଏହାକୁ ଗୁଜବ କହି ଅସ୍ବୀକାର କରିଛନ୍ତି।

ସେ କହିଛନ୍ତି, କେତେକ ମାମଲା ପଡ଼ି ରହିଛି। ତେଣୁ, ବିଭ୍ରାନ୍ତିକର ଖବର ପ୍ରଘଟ କରାଯାଉଛି। କିନ୍ତୁ, ଅଦାଲତଙ୍କ ଆଦେଶ ଗ୍ରହଣ କରାଯିବ।
ବିଳମ୍ବିତ ରାତ୍ରରେ ଅଦାଲତ କୋତାୱାଲି ଥାନାରେ ରାକେଶ ସଚାନଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଉପରୋକ୍ତ ପ୍ରସଙ୍ଗରେ ମାମଲା ରୁଜୁ କରିବା ପାଇଁ ଅଭିଯୋଗ ପତ୍ରରେ ଅଦାଲତ କାନପୁର ଥାନାକୁ କହିଛନ୍ତି।

ଅଭିଯୋଗ ପାଇବା ପରେ କାନପୁର ପୁଲିସର ଜୁଗ୍ମ କମିସନର୍‌ ଆନନ୍ଦ ପ୍ରକାଶ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ କରାଯିବା ସହ ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରାଯିବା ପରେ ଯାଇ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ରାକଶେ ସଚାନ୍‌ ହେଉଛନ୍ତି କାନପୁର ଅନ୍ତର୍ଗତ କିଦ୍‌ୱାଇ ନଗର ବାସିନ୍ଦା। ସମାଜବାଦୀ ପାର୍ଟିରୁ ସେ ରାଜନୀତି ଆରମ୍ଭ କରିଥିଲେ। ୧୯୯୨ ଏବଂ ୨୦୦୨ରେ ସେ ଘାତମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ୨୦୦୯ରେ ସେ ଫତେପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.