Webportal

ଡାକ୍ତର ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

0 157

ଡାକ୍ତର ଦିବସ ଅବସରରେ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ତିତ ଓଡିଶା ରକ୍ତ କେନ୍ଦ୍ର ଠାରେ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରକୁ ସହଯୋଗ କରିଥିଲେ ଓଡ଼ିଶା ସେଲସ ରିପ୍ରେଜେଣ୍ଟିବ ୟୁନିଅନ ଓ ପତଞ୍ଜଳି ଯୋଗ ସମିତି ଅନୁଗୁଳ ଶାଖା। ଭାରତୀୟ ଚିକିତ୍ସକ ସଙ୍ଘର ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ।

ସଂଘର ଅନୁଗୁଳ ଶାଖା ସଭାପତି ଡ଼ା ତରୁଣ କୁମାର ସାହୁ, ସମ୍ପାଦକ ଡା ବିଶ୍ୱଜିତ ସାମଲ, ପତଞ୍ଜଳି ଯୋଗ ସମିତିର ସୁବୋଧ କୁମାର ମିଶ୍ର ଓ ସଦସ୍ୟ ମାନେ ତଥା ଓଡ଼ିଶା ସେଲସ ରିପ୍ରେଜେଣ୍ଟିବ ୟୁନିଅନ ର ସଦସ୍ୟ ଆଦି ରକ୍ତଦାନ କରିଥିଲେ।ସିବିରରେ ସମୁଦାୟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ରକ୍ତକେନ୍ଦ୍ର ଅଧିକାରୀ ଡା ସତ୍ୟବ୍ରତ ପାଟଯୋଶୀ ରକ୍ତଦାତାଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରିଥିଲେ ଓ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

ଏ ସମସ୍ତ ସୂଚନା ଏକ ପ୍ରେସ ବାର୍ତା ଜରିଆରେ ଭାରତୀୟ ଚିକିତ୍ସକ ସଙ୍ଘ ଅନୁଗୁଳ ଶାଖାର ସମ୍ପାଦକ ଡା ବିଶ୍ୱଜିତ ସାମଲ ଦେଇଛନ୍ତି।

Leave A Reply

Your email address will not be published.