Webportal

ବିଶ୍ୱସ୍ତରୀୟ ହେବ ପୁରୀ ରେଳଷ୍ଟେସନ

0 131

ବିଶ୍ୱସ୍ତରୀୟ ହେବ ପୁରୀ ରେଳଷ୍ଟେସନ । ତେବେ ପୁରୀରେ ଦୈନିକ ପ୍ରାୟ ୨୦ହଜାର ରେଳ ଯାତ୍ରୀଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହେବ। ଏହାଦ୍ବାରା କେଵଳ ପର୍ଯ୍ୟଟକଙ୍କ ଗମନାଗମନା ସୁବିଧାର ମାର୍ଗ ପ୍ରଶସ୍ତ ହେବନି, ବାଣିଜ୍ୟିକ ଦୃଷ୍ଟିକୋଣରୁ ବି ରେଳ ବିଭାଗ ଲାଭବାନ ହୋଇପାରିବ। କର୍ମନିଯୁକ୍ତିର ବି ପର‌୍ୟ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ଏହା ସହ ରେଳ ଷ୍ଟେସନ୍ର ନବନିର୍ମିତ କୋଠା ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିବ। ପିପିପି(ପବ୍ଲିକ୍-ପ୍ରାଇଭେଟ୍) ମୋଡ୍ରେ ଏହି କାର୍ଯ୍ୟ କରାଯିବ। ତେବେ ପୁରୀ ରେଳ ଷ୍ଟେସନକୁ ନେଇ ଏଭଳି ନୀଳ ରୋଡ ମ୍ୟାପ ପ୍ରସ୍ତୁତ କରିଛି ରେଳ ମନ୍ତ୍ରାଳୟ ।

ରେଳ ବିଭାଗ ସୂଚନା ମୁତାବକ, ପୂର୍ବତନ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ୍ ଅଧୀନରେ ଥିବା ପୁରୀ ରେଳ ଷ୍ଟେସନ୍ ଏନ୍ଏସ୍ଜି-୨ ପର‌୍ୟ୍ୟାୟ ଷ୍ଟେସନ୍ ଅନ୍ତର୍ଭୁକ୍ତ। ପୁରୀ ରେଳ ଷ୍ଟେସନ୍ର ୮ଟି ପ୍ଲାଟଫର୍ମରେ ମେଲ୍, ଏକ୍ସପ୍ରେସ୍ ଓ ପାସେଞ୍ଜରକୁ ମିଶାଇ ଦୈନିକ ୫୨ଟି ଟ୍ରେନ୍ ଚଳାଚଳ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ପୁରୀ ରେଳଷ୍ଟେସନ୍ ଏକ ବିଶ୍ବପରିଚିତ ସ୍ଥାନ ହୋଇଥିବାରୁ ଏଭଳି ବିକାଶର ପରିକଳ୍ପନା କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Leave A Reply

Your email address will not be published.