Webportal

ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା

0 203

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଥିବା ନେଇ ଖବର ମିଳିଛି। ଜଗନ୍ନାଥ ମନ୍ଦିରକୁ ନେଇ ଓୱେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଓୱେସୀଙ୍କ ନାଆଁରେ ଏତଲା ଦିଆଯାଇଛି।

ଓୱେସୀଙ୍କ ବୟାନକୁ ଉଭୟ ସଂଘ କଡ଼ା ଭାଷାରେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହାଇଦ୍ରାବାଦ ସାଂସଦଙ୍କର ଶ୍ରୀମନ୍ଦିର ବାବଦରେ ବୌଦ୍ଧ ସ୍ତୁପ ଭଙ୍ଗାଯାଇ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯିବା ସହ ଅସଦୁଦ୍ଦିନ୍ ଓୱେସୀଙ୍କୁ ଗିରଫ କରିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଜଗନ୍ନାଥଙ୍କ ମନ୍ଦିର ହୋଇଥିବା ସ୍ଥାନ ବୌଦ୍ଧସ୍ଥଳୀ ଥିଲା ବୋଲି ଅସଦୁଦ୍ଦିନ୍ ଓୱେସୀ କହିଥିଲେ। ପରେ ତାକୁ ଭାଙ୍ଗି ସେଠାରେ ମନ୍ଦିର ତିଆରି ହୋଇଥିବା ସେ କହିଥିଲେ।

Leave A Reply

Your email address will not be published.