Webportal

ପୁଷ୍ପା ଫିଲ୍ମ ଷ୍ଟାଇଲ: ଟ୍ରକ ସିକ୍ରେଟ ଚ୍ୟାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ

0 122

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ । ରାଜଧାନୀ ଉପକଣ୍ଠ ତମାଣ୍ଡୋରୁ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ଗଞ୍ଜେଇ ପରିମାଣ ୫୦ଲକ୍ଷ ହେବ । ବ୍ରହ୍ମପୁରରୁ ବିହାର ହେଉଥିଲା ଗଞ୍ଜେଇ ଚୋରା ଚାଲାଣ।

ଏସଟିଏଫ ସୂଚନାଯୋଗ୍ୟ ଅନୁସାରେ, ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ। ପୋଲିସକୁ ଚକମା ଦେବାକୁ ଟ୍ରକ ଭିତରେ ସିକ୍ରେଟ ଚାମ୍ବର କରି ମାଫିଆ କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ। ରେଡ଼ ପରେ  ଗାଡି ଭିତରୁ ଜବତ ହେଲା ୧୦ କୁଇଣ୍ଟାଲ ଗଞ୍ଜେଇ। ମାଫିଆମାନେ ହାଇୱା ଗାଡ଼ିରେ ବାହାରେ ପିଚୁ ବୋଳି ଟ୍ରକ ଭିତରେ ସିକ୍ରେଟ ଚାମ୍ବର କରିଥିଲେ । ଯାହା ପୁରା ପୁଷ୍ପା ସିନେମାଠୁ କୋଉ ଗୁଣରେ କମ ନଥିଲା।

Leave A Reply

Your email address will not be published.