Webportal

ହମ ଗ୍ରୁପ ପକ୍ଷରୁ ସହାୟତା ପ୍ରଦାନ

0 133

ଅନୁଗୋଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ ଦୃଷ୍ଟି ହୀନ ପୁରୁଷ ଓ ମହିଳା ବହୁ ବର୍ଷ ଧରି ରହି ଆସୁଛନ୍ତି | ପରନ୍ତୁ ଗତ ବୁଧୁବାର ଦିନ ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ବର୍ଷା ଓ ପବନ ରେ ତାଲିମ କେନ୍ଦ୍ରର ଥିବା ବାସଭବନ ପୁରା ନଷ୍ଟ ହୋଇଯାଇଥିଲା | ଏହା ଖବର ପାଇ ଆଜି ‘ହମ’ ଗ୍ରୁପ ପକ୍ଷରୁ ୩୧୦୦୦(ଏକତିରିଶି ହଜାର)ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶି ପ୍ରଦାନ ସମୟରେ ‘ହମ’ ଗ୍ରୁପ ତରଫରୁ ସଞ୍ଜୀବ କୁମାର ମାଣ୍ଡୋଠିଆ, ଅଶୋକ ପ୍ରଧାନ, ସୂର୍ଯ୍ୟକାନ୍ତ ମହନ୍ତ, ‘ହମ’ ଗ୍ରୁପ ସଦସ୍ୟ ଏବଂ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପର୍ଶୁରାମ ଦାଶ, ବାପୁଜୀ ପ୍ରଧାନ, ତାଲିମ କେନ୍ଦ୍ରର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ‘ହମ’ ଗ୍ରୁପର ସଞ୍ଜୀବ କୁମାର ମାଣ୍ଡୋଠିଆ ସୂଚନା ଦେଇଛନ୍ତି।

Leave A Reply

Your email address will not be published.