Webportal

ଅନୁଗୁଳରେ ପୌରପାଳିକା ଦ୍ଵାରା ଅଳିଆ ପୋଡି ବାୟୁ ପ୍ରଦୂଷଣ; ସେପଟେ ଅଳିଆ ଉଠାଇବା ପାଇଁ ଟିକସ ଆଦାୟ

0 339

ଏପଟେ ଅଳିଆ ଆବର୍ଜନା ଉଠାଇ ନେବା ପାଇଁ ଟିକସ ଅସୁଲ, ଅନ୍ୟପଟେ ଅଳିଆକୁ ସର୍ବସାଧାରଣ ସ୍ଥାନରେ ନିଆଁ ଲଗାଇ ପୋଡାଯାଉଥିବା ଦେଖା ଯାଉଛି।

ଅନୁଗୁଳ ସହରରେ ଲୋକଙ୍କ ପାଖରୁ ଅଳିଆ ଆବର୍ଜନା ନେଇ ବା ସଂଗୃହିତ କରି ନିର୍ଧାରିତ ସ୍ଥାନରେ ପକାଇବା ପାଇଁ ପୌରପାଳିକା ପକ୍ଷରୁ ପ୍ରତି ମାସରେ ଅଳିଆ ସଂଗ୍ରହ ଟିକସ ଆଦାୟ କରାଯାଉଛି।ଯଦି କିଏ ଟିକସ ଦେବାରେ ଟିକିଏ ବି ବିଳମ୍ବ କରୁଛି ତାହାହେଲେ ଟିକସ ଆଦାୟ ଦାୟିତ୍ୱରେ ଥିବା କର୍ମଚାରୀ ଜୋରଜୁଲମ କରୁଥିବା ଏବଂ ପାଟିତୁଣ୍ଡ କରୁଥିବା ଦେଖାଯାଏ।

କିନ୍ତୁ ଅତ୍ୟନ୍ତ ଦୁଃଖର ଏବଂ କ୍ଷୋଭର ଵିଷୟ ହେଉଛି ଯେ ଅନେକ ସ୍ଥାନରେ ଅଳିଆ ଆବର୍ଜନା ଏବଂ ସେଇଥିରେ ଥିବା ପ୍ଲାଷ୍ଟିକ ଗୁଡିକୁ ମଧ୍ୟ ସର୍ବସାଧାରଣ ସ୍ଥାନରେ ପୋଡି ଦିଆଯାଇଛି।ଏହା ଫଳରେ ପ୍ରଚୁର ପରିମାଣରେ ବାୟୁ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି, ଯା ଫଳରେ ମାରାତ୍ମକ ରୋଗର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ।ପୋଡାଯାଉଥିବା ଅଳିଆ ଆବର୍ଜନା ଗୁଡିକ ହୁଏତ ଘର ମାନଙ୍କରୁ ସଂଗ୍ରହ ହୋଇଥିବା ବା ରାସ୍ତାରୁ ସଂଗ୍ରହ ହୋଇଥିବା କିମ୍ବା ଉଭୟ ପ୍ରକାରର ହୋଇ ଥାଇପାରେ।

ଲୋକଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ତୁରନ୍ତ ଦାୟିତ୍ୱରେ ଥିବା ପୌରପାଳିକା ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଏହିପରି ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପୋଡାଜଳା ବନ୍ଦ କରାଇବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.