Webportal

ସେକ୍ସ ରାକେଟ ଠାବ

0 421

ପାରଳାଖେମୁଣ୍ଡି ପୋଲିସ ଦ୍ବାରା ସେକ୍ସ ରାକେଟ ଠାବ। ୪ ଅଭିଯୁକ୍ତ ଗିରଫ, ପାରଳାଖେମୁଣ୍ଡି ସହରର ଇନ୍ଦ୍ରଭବନ ଲଡ୍ଜରେ ଦିର୍ଘଦିନ ଧରି ଚାଲିଥିବା ସେକ୍ସ ରାକେଟ ଚାଲିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ତିନିଜଣ ପିଡିତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରୀ ମାଇନା କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପିଡିତା ମାନଙ୍କ ମଧ୍ୟରେ ଜଣେ ପଡୋଶି ଆନ୍ଧ୍ରପ୍ରଦେଶର ଓ ଅନ୍ୟ ଦୁଇ ଜଣ ଗଜପତି ଜିଲ୍ଲା ଅଞ୍ଚଳର ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଏସ୍ପି ସାରା ର୍ଶମା କହିଛନ୍ତି। ଅନ୍ୟ ପକ୍ଷରେ ଗିରଫ ଅଭିଯୁକ୍ତ ମଧ୍ୟରେ ଲଡ୍ଜ ମାଲିକ ବିଶ୍ବନାଥ ବେବତା ସହ ୩ ଗ୍ରାହାକ ହେଉଛନ୍ତି ଏମ ଶଙ୍କର ରାଓ, ସୁବାସ ଜେନା ଓ ଏସ କରୁଣାକର । ସେମାନଙ୍କ ନିକଟରୁ 3600 ଟଙ୍କା, ୪ଟି ମୋବାଇଲ ଏବଂ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.