Webportal

ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଜବତ

0 410

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅନୁଗୁଳ ସହର ନିକଟ ତୁରଙ୍ଗ ଦୁର୍ଗା ବିହାରର ଏକ ଭଡା ଘରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ଏକ କାର୍‌ ଜବତ ଓ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।ସୂଚନାମୁତାବକ, ଏକ କାରରୁ ପ୍ରାୟ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି ଯାହା ୧୨୯.୬୦୦ ଲିଟର ହେବ। ଏକ ମାରୁତି ସ୍ୱିଫ୍ଟ କାରରେ ମଦ ବୋତଲ ଥିବା ବେଳେ ଜବତ ହୋଇଛି । ଘଟଣାରେ ଜରାସିଂହା ଗାଁ ର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ଏଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ଜାଣିବାକୁ ମିଳିଛି। ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ମିଳିଛି।

Leave A Reply

Your email address will not be published.