Webportal

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ କରୋନା କୁ ନେଇ ଦିଆଯାଇଥିବା ତଥ୍ୟ

0 388

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ୪୬୯୪୧ ଜଣ ହିତାଧିକାରୀଙ୍କୁ ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଯାଇଛି।

ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୨୨୯୪ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ସେମାନଙ୍କ ମଧ୍ୟରୁ ୮୩୫ ଜଣଙ୍କର କ୍ୱାରେଣ୍ଟଟାଇନ ଅବଧି ସରିଯାଇଛି।

ଜିଲ୍ଲାର ୨୨୫ଟି ଗ୍ରାମ ପଞ୍ଚାୟତ ରେ ସମସ୍ତ ଆବଶ୍ୟକୀୟ ସୁବିଧା ସହ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ମେଡ଼ିକାଲ ସେଣ୍ଟର ଗୁଡିକୁ ଆଜି ପର୍ଯ୍ୟନ୍ତ ୩୪୨୨ ଟି ଶଯ୍ୟା ଯୋଗାଇ ଦିଆଯାଇଛି।

୧୬୫ ଟି ଏସ ଏଚ ଜି ଙ୍କ ସହାୟତାରେ ୧୫୨ ଟି ଗ୍ରାମ ପଞ୍ଚାୟତ ରେ ଆଜି ୫୩୪୪ ଜଣଙ୍କୁ ଭୋଜନ ଯୋଗାଇ ଦିଆଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧୫୧ ଜଣ ତାଲିକାଭୁକ୍ତ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.