Webportal

କରୋନା କୁ ନେଇ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟ

0 744

ଆଜି ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଗଲା।

ଅନୁଗୁଳ ଜିଲ୍ଲାର ୨୨୫ ଗ୍ରାମ ପଞ୍ଚାୟତ ରେ ସମସ୍ତ ଆବଶ୍ୟକୀୟ ସୁବିଧା ସହ ୨୨୫ ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି।ସେଗୁଡ଼ିକରେ ୯୦୪୦ ଟି ଶଯ୍ୟାର ଆବଶ୍ୟକତା ଥିବା ବେଳେ ଆଜି ପର୍ଯ୍ୟନ୍ତ ୩୪୧୭ ଟି ଶଯ୍ୟା ପ୍ରସ୍ତୁତ ହୋଇପାରିଛି।ଅବଶିଷ୍ଟ ଶଯ୍ୟା ରବିବାର ସୁଦ୍ଧା ପ୍ରସ୍ତୁତ ହୋଇଯିବାର ଯୋଜନା ରହିଛି।

ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ଖୋଲା ଯାଇଥିବା ୯୭ଟି କ୍ୟାମ୍ପରେ ବାହାରୁ ଆସିଥିବା ୧୯୭୩ ଶ୍ରମିକ ଓ ତାଙ୍କ ପିଲାଙ୍କୁ ପ୍ରଶାସନ ପକ୍ଷରୁ ଭୋଜନ ପ୍ରଦାନ କରାଯାଇଛି।

ଜିଲ୍ଲାରେ ସମୁଦାୟ ୨୭୫୩୯୨ ଜଣଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ୧୫.୫.୨୦ ସୁଦ୍ଧା ସାରିବାକୁ ଯୋଜନା କରାଯାଇଥିବା ବେଳେ ଆଜି ସୁଦ୍ଧା ୩୫୯୪୬ ଜଣଙ୍କୁ ଯୋଗାଇ ଦିଆଯାଇଛି।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୨୨୯୨ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ସେମାନଙ୍କ ମଧ୍ୟରୁ ୬୭୬ ଜଣଙ୍କର କ୍ୱାରେଣ୍ଟଟାଇନ ସରିଯାଇଛି।

Leave A Reply

Your email address will not be published.