Webportal

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ

0 558

ଅନୁଗୁଳ ଜିଲ୍ଲାରେ ପୋଲିସ ପକ୍ଷରୁ ୨୪×୭ କଲ ସେଣ୍ଟର ଆରମ୍ଭ କରାଯାଇଛି ଯେଉଁଠାରୁ ହୋମ କ୍ୱାରେଣ୍ଟଆଇନ ରେ ଥିବା ଲୋକଙ୍କୁ ଫୋନ କରି ୱାଟସଆପ ରେ ତାଙ୍କର ଲୋକେସନ ସେଆର କରିବା ପାଇଁ କୁହାଯାଇଛି।ଏହା ତାଙ୍କ ଉପରେ ନଜର ରଖିବା ପାଇଁ ସାହାଯ୍ୟ କରୁଛି।

ଏହା ସହିତ ଡାକ୍ତର, ରାସନ ପାଇକାରି ବିକ୍ରେତା, ଔଷଧ ପାଇକାରୀ ବିକ୍ରେତା ଓ ପେଟ୍ରୋଲ ପମ୍ପ ମାଲିକଙ୍କ ଅଭିଯୋଗ ର ସମାଧାନ ପାଇଁ ପୋଲିସ ଅଫିସର ମାନଙ୍କ ସହ ସେମାନଙ୍କର ୱାଟସଆପ ଗ୍ରୁପ କରାଯାଇଛି।ପୋଲିସ ଗ୍ୟାରେଜ ଓ ଖୋଲାଥିବା ଢ଼ାବା ହୋଟେଲ ମାଲିକଙ୍କ ସହିତ ସୁଚାରୁ ମାଲ ପରିବହନ ପାଇଁ ସେମାନଙ୍କ ସଂସ୍ଥା ଖୋଲା ରଖିବା ପାଇଁ ଯୋଗାଯୋଗରେ ଅଛନ୍ତି।

ଜିଲ୍ଲାରେ ଲକଡାଉନ ଓ କ୍ୱାରେଣ୍ଟଟାଇନ କଟକଣା ଲାଗୁ ଏବଂ ଉଲଂଘନ ର ତଦାରଖ ପାଇଁ ୪୨ ପରମାନେଣ୍ଟ ନାକା, ୨୮ ସରପ୍ରାଇଜ ନାକା ଓ ୩୬ ଟି ପାଟ୍ରୋଲିଂ ଦଳ ଗଠନ କରାଯାଇଛି।ଜରୁରୀକାଳୀନ ପରିସ୍ଥିତିରେ ଯିବାଆସିବା ପାଇଁ ଲୋକଙ୍କୁ ଅନୁମତି ମିଳୁଛି। ଲୋକଙ୍କୁ ଥାନାକୁ ଯିବାକୁ ବାରଣ କରାଯାଇଛି।କେବଳ ଫୋନ ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

ଉପରୋକ୍ତ ସୂଚନା ଅନୁଗୁଳ ଏସ୍ପି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.