Webportal

ଅନୁଗୁଳର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଭାବେ ଯୋଗଦେଲେ ଶ୍ରୀ ସନ୍ତୋଷ କୁମାର ପ୍ରଧାନ

0 676

୧୯୯୩ ବ୍ୟାଚର ଓ ଏ ଏସ ଅଫିସର ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବୁଧବାର ଦିନ ଅନୁଗୁଳର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଅନୁଗୁଳ ଭଳି ଶିଳ୍ପସମୃଦ୍ଧ ଜିଲ୍ଲାରେ ତାଙ୍କର ଏହି ଯୋଗଦାନ ରାଜ୍ୟ ସରକାରଙ୍କ ରାଜସ୍ୱ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ସହାୟକ ହେବ।ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ଦକ୍ଷତା ର ସହ ଦାଇତ୍ୱ ତୁଲାଇଥିବା ଶ୍ରୀ ପ୍ରଧାନ ଅନୁଗୁଳର ରାଜସ୍ୱ ସଂଗ୍ରହ ସହ ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିବେ।ଏହାଛଡା ପ୍ରଶାସନିକ କାର୍ଯ୍ୟ ତୁଲାଇବା ସହ ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିୟମାବଳୀ ଆଧାରରେ ଦାଇତ୍ୱ ତୁଲାଇବେ।ଏବେ ଅନୁଗୁଳ ଜିଲ୍ଲାରେ ରାଜସ୍ବ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କହିଛନ୍ତି।

Leave A Reply

Your email address will not be published.