Webportal

ଅନୁଗୁଳରେ ଲଗାତାର ଦ୍ଵିତୀୟ ବର୍ଷ ଅନୁଷ୍ଠିତ ହେବ ସାମୁହିକ ବିବାହ ଉତ୍ସବ

0 422

ଅନୁଗୁଳରେ ଆଦର୍ଶ ସାମୁହିକ ବିବାହ ଉତ୍ସବ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏହି ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ରେ ଦେଇଛନ୍ତି ଆୟୋଜକ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ଦ୍ଵିତୀୟ ଥର ପାଇଁ ଅନୁଗୋଳ ରେ ହେବ ଏହି ବିବାହ ଉତ୍ସବ । ଗତଥର ସାମୁହିକ ବିବାହ ଉତ୍ସବରେ ୫୪ ଯୋଡ଼ାଙ୍କର ବିବାହ ହୋଇଥିଲା ଓ ସମସ୍ତଙ୍କୁ ଖଟ, ଟେବୁଲ,ଚୌକି,ଆଲମୀରା,ବାସନ ଆଦି ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଚଳିତଥର ବିବାହ ଉତ୍ସବରେ ଇଛୁକ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ୧୫ ତାରିଖ ସୁଧା ରେଜିଷ୍ଟ୍ରେସନ କରିବାକୁ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ଅତି ନିରାଡ଼ମ୍ବର ସହ ବୈଦିକ ରିତୀରେ ବିବାହ ଉତ୍ସବ ପାଳନ କରାଯିବ ଯେଉଁଥିପାଇଁ ହରିଦ୍ୱାରରୁ ପଣ୍ଡିତ ମାନେ ଆସିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.