Webportal

ପ୍ରଥମେ ଶସ୍ତା ଲୋକପ୍ରିୟତା ହାସଲ ଚେଷ୍ଟା, ପରେ ଗଣମାଧ୍ୟମରେ ସଫେଇ

0 475

ଜଣେ ଉଛଶିକ୍ଷିତ,ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ନିର୍ବାଚିତ ପ୍ରତିନିଧି ଗତକାଲି ସାମ୍ବଦଶମୀ ଉପଲକ୍ଷେ ଗଣ୍ଡସମାଜ ପକ୍ଷରୁ ଆୟୋଜିତ ପୂଜାରେ ତାଙ୍କ ଦେହରେ କାଲିସି ମାଡି ଆସିବା ପରି ଅଭିନୟ କଲେ ଯାହାପରେ ଲୋକମାନେ ତାଙ୍କ ପାଦତଳେ ପୂଜାର୍ଚ୍ଚନା କରିଥିଲେ।ଏସବୁ କେବଳ ନିରୀହ ମତଦାତାଙ୍କ ନିକଟରେ ଶସ୍ତା ଲୋକପ୍ରିୟତା ହାସଲ କରିବାର ଅଭିନବ ପ୍ରୟାସ ଥିଲା।ଆମେ କହୁଛୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ବିଧାୟକ ରମେଶ ସାଏ ଙ୍କ ବିଷୟରେ। ଗଣମାଧ୍ୟମରେ ଏହାର ସମାଲୋଚନା ହେବାପରେ ଆଜି ସେ କହିଛନ୍ତି ଯେ ସେ କେଵଳ ନୃତ୍ୟ କରୁଥିଲେ ଓ କାଲିସି ଭଳି ଅନ୍ଧବିଶ୍ୱାସ ସେ କରନ୍ତି ନାହିଁ।ଯଦି ଏହା ସତ ତେବେ ତାଙ୍କ ପାଦତଳେ ପୂଜାର୍ଚ୍ଚନା କରୁଥିବା ଲୋକଙ୍କୁ ସେ ବାରଣ କଲେ ନାହିଁ କାହିଁକି। ଭୋଟବ୍ୟାଙ୍କ ପାଇଁ ଏଭଳି ଶସ୍ତା ଲୋକପ୍ରିୟତା ହାସଲ ଚେଷ୍ଟାରୁ ଜନପ୍ରତିନିଧି ମାନେ ନିଜକୁ ଦୂରେଇ ରଖିବା ଉଚିତ, ତା ନ ହେଲେ ସମାଜର ବିକାଶ ସ୍ବପ୍ନ ହେଇ ରହିଯିବ।

Leave A Reply

Your email address will not be published.