Webportal

ତାମଡା ଆଜିର ଦିଲ୍ଲୀ ଅଗ୍ନିକାଣ୍ଡ ରୁ ଶିକ୍ଷା ନେବାର ଆଶା

0 221

ଆଜି ଦେଶର ରାଜଧାନୀ ଦିଲ୍ଲୀରେ ମର୍ମନ୍ତୁଦ ଓ ଲୋମହର୍ଷଣକାରୀ ଅଗ୍ନିକାଣ୍ଡ ଘଟି ଅନେକ ଲୋକ ଜୀବନ ହରାଇଛନ୍ତି।ଅଗ୍ନିକାଣ୍ଡ ପରେ ଉଦ୍ଧାର କରିବା ପାଇଁ ଅନେକ ଅସୁବିଧା ହେଲା କାରଣ ଘରକୁ ଲାଗି ଘର ତିଆରି ହୋଇଛି, ଯା ପାଇଁ ଉଦ୍ଧାର ରେ ବିଳମ୍ବ ହେଲା ନଚେତ ହୁଏତ କିଛି ଲୋକ ବଞ୍ଚି ଯାଇଥାନ୍ତେ।ବ୍ୟବସାୟିକ ଓ ଘରୋଇ ନିର୍ମାଣ ଏକାଠି କରାଯାଇଛି। ସେତେବେଳେ ପ୍ରଶ୍ନ ଉଠିଲା କେ ଏପରି ଭାବରେ ନିର୍ମାଣକୁ ସରକାରୀ ଅନୁମତି କିପରି ମିଳିଲା।ଏହାର ସିଧା ଉତ୍ତର ହେଲା ଅସାଧୁ କର୍ମଚାରୀ ଓ ରାଜନେତା ଯେଉଁମାନେ ଅନୈତିକ ଟଙ୍କା ରୋଜଗାର କରିବା ପାଇଁ ସାଧାରଣ ଲୋକ ମାନଙ୍କ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଉଛନ୍ତି।ଅନୁଗୁଳରେ ମଧ୍ୟ ସମାନ ଅବସ୍ଥା।ନିର୍ମାଣ ହେଉଥିବା ଓ ନିକଟ ଅତୀତରେ ନିର୍ମାଣ ହେଇଥିବା ଘର ଗୁଡିକ ମଧ୍ୟ ସମାନ ଭାବେ ତିଆରି।ଯେଉଁଠି ଘର ସବୁ ଇଞ୍ଚେ ଜାଗା ନ ଛାଡି ଲାଗି ଲାଗି ତିଆରି କରିବା ପାଇଁ ସରକାରୀ ଅନୁମତି ମିଳୁଛି ସେଇଠି ପାର୍କିଂ ବ୍ୟବସ୍ଥା ର ଆଶା କରିବା ବୃଥା। ବ୍ୟବସାୟିକ ଓ ଘରୋଇ ନିର୍ମାଣ ମଧ୍ୟ ଏକାଠି ହେଉଛି।ସବୁ ନିୟମ କୁ ଜଳାଞ୍ଜଳି ଦିଆଯାଉଛି।ଏ ସବୁ ପାଇଁ ଦାୟୀ କେବଳ ଅସାଧୁ ତାମଡା କର୍ମଚାରୀ ଓ ଜିଲ୍ଲା ପ୍ରଶାସନ ର ଅସାଧୁ ଅଧିକାରୀ ଯେଉଁମାନେ ଏ ଦାଇତ୍ୱ ରେ ରହୁଛନ୍ତି।ଆଶା କରାଯାଉଛି ଏ ଖବର ପଢ଼ି ସେମାନଙ୍କୁ ସଦବୁଧି ଆସିବ ଓ ସେମାନେ ଏପରି କାର୍ଯ୍ୟରୁ ବିରତ ରହିବେ ଯା ଫଳରେ ଏପରି ଦୁର୍ଘଟଣା ଘଟି ସାଧାରଣ ଲୋକ ମାନଙ୍କ ସମ୍ଭାବ୍ୟ ଜୀବନ ହାନିର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ପାରିବ।

Leave A Reply

Your email address will not be published.