Webportal

ସନ୍ଦେହ ଘେରରେ ମୃତ୍ୟୁ

0 255

ଝାରସୁଗୁଡା ଜିଲ୍ଲା ମଙ୍ଗଲବଜାର ଅଞ୍ଚଳରେ ଯୁବକ କୁ ହତ୍ୟା । ମୃତ୍ୟୁ ଯୁବକ ଭିକି ସୁନା ଗତ ରାତିରେ ମଙ୍ଗଳବଜାର ଅଞ୍ଚଳରେ ଜଣକ ଘରେ ଚୋରି କରିବାକୁ ପଶିଥିଲା ଓ ସେହି ସମୟରେ ଘର ମାଲିକ ହାବୁଡ଼ରେ ପଡିଯାଇଥିଲା ଯାହାକୁ ପରିବାରର ସଦସ୍ୟ ମାନେ ନିର୍ଧୂମ ପିଟିଲାପରେ ପୋଲିସ ରେ ଜିମା ଦେଇଥିଲେ। ଯୁବକ ଗୁରୁତର ଥିବାରୁ ତାକୁ ପୋଲିସ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା ଯେଉଁଠି ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ବରଣ ହୋଇଥିଲା। ଆଜି ସକାଳେ ଖବର ପ୍ରଚାର ହେବା ପରେ ମେଡ଼ିକାଲ ପରିସରରେ ପ୍ରବଳ ଉତେଜନା ଦେଖାଦେଇଥିଲା । ଶତାଧିକ ପୁରୁଷ ଓ ମହିଳା ହସ୍ପିଟାଲ ଘେରାଉ କରିଥିଲେ ଓ ଶବ କୁ ବ୍ୟବଛେଦ କରିବାକୁ ପୋଲିସ କୁ ଛାଡିନଥିଲେ। ଶତାଧିକ ଲୋକଙ୍କ ସହିତ ପୋଲିସ ର ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ସେପଟେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ପୁଅକୁ ସୁକଳ୍ପିତ ହତ୍ୟା କରାଯାଇଛି। ଅଭିଯୋଗ ଅନୁଯାଇ ତାଙ୍କ ପୁଅର ହତ୍ୟା କରିଥିବା ପରିବାର ସହିତ ଦୁଇ ମାସ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ସେମାନେ ପ୍ରତିଶଧ ନବାକୁ ଯାଇ ଭିକି ସୁନା କୁ ଭୋଜି ଭାତ କରିବାକୁ ଏକୁଟିଆ ଡାକିଥିଲେ। ସେଠାରେ ମଦ ପିଆଇ ଭିକି ସୁନା କୁ ହତ୍ୟା କରିଥିଲେ । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଆମର ପୋଲିସ ଉପରେ ସନ୍ଧେହ ହଉଚି । ତେଣୁ ଏହା ସିବିଆଇ ତଦନ୍ତ ହବା ଦରକାର ଵୋଲି ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.