Webportal

ତାଳଚେର ୱାର୍କୀଙ୍ଗ ଜରନାଲିଷ୍ଟ ଆସୋସିଏସନ ପକ୍ଷରୁ ଏଡ଼ସ ଦିବସ ପାଳିତ

0 343

ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ପକ୍ଷରୁ ଏକ ତାରିଖରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରାକୁ ତାଳଚେରର ସହକାରୀ ଜିଲ୍ଲାପାଳ ଗୈାରୀ ନାଏକ,ତାଳଚେର ଥର୍ମାଲର ଜି.ଜି.ଏମ ଡି.ଏନ୍.ତିୱାରୀ, ଟି.ଡବ୍ଲ୍ୟୁ.ଜେ.ଏ.ର ସଭାପତି ଧୀର ମୋହନ ରାୟ,ସାଧାରଣ ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଯାହା ତାଳଚେରର ବିଭିନ୍ନ ଅଞ୍ଚଳ ଅତିକ୍ରମ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିଥିଲା । ଏଥିରେ ତାଳଚେର ସରକାରୀ ଆଇ.ଟି.ଆଇ.ର ଛାତ୍ର ଓ ଶିକ୍ଷକଙ୍କ ସହ ସ୍ୱେଚ୍ଛାସେବୀ ସାମିଲ ହୋଇ ଏଡ଼ସ ସଚେତନତା ସମ୍ପର୍କରେ ପ୍ଲା କାର୍ଡ଼ ପ୍ରଦର୍ଶନ ସହିତ ଡାକବାଜି ଯନ୍ତ୍ର ଜରିଆରେ ଏଡ଼ସର ଭୟାବହତା ଓ ଏହାର କାରଣ ଏବଂ ନିରାକରଣ ସମ୍ପର୍କରେ ପ୍ରଚାର କରିଥିଲେ । ଏହାପରେ ଏକ ସଚେତନତା ସଭା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ବକ୍ତାମାନେ ମହାମାରୀ ଏଡ଼ସ ସମ୍ପର୍କରେ ଉଦବୋଧନ ଦେଇଥିଲେ । ପରେ ବସଷ୍ଟାଣ୍ଡଠାରେ ଅମୃତ ଅନୁଷ୍ଠାନ ପକ୍ଷରୁ ଏକ ଏଡ଼ସ ସଚେତନତା ନାଟକ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.