Webportal

ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଳଙ୍କୃତ କଲେ ଅନୁଗୁଳ ଜିଲ୍ଲାର ଛାତ୍ରୀ

0 247

ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ଅନୁଗୋଳର ଝିଅ ଶର୍ମିଷ୍ଠା ।
ଜୀବନରେ ସମସ୍ୟା ନିଶ୍ଚିତ ରହିବ। କିନ୍ତୁ ତାକୁ ସାହସର ସହିତ ମୁକାବିଲା କରିବାକୁ ପଡ଼ିବ। ଆତ୍ମବିଶ୍ୱାସ ଓ ସକାରାତ୍ମକ ମନୋଭାବ ନେଇ କାମ କଲେ ସଫଳତା ନିଶ୍ଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଶନିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ କହିଲେ, ଆଜିକାଲି ହେଉଛି ଜ୍ଞାନ ଯୁଗ। ତେଣୁ ସବୁବେଳେ ଜ୍ଞାନ ଉପରେ ଅପ୍‌ଡେଟ୍‌ ରୁହ। ତୁମ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖ ନାହିଁ। କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, କଳା, ସମାଜସେବା ଯାହା ତୁମକୁ ଭଲ ଲାଗୁଛି, ସେଥିରେ ଉତ୍କର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କର। ଶିକ୍ଷାର କୌଣସି ବିକଳ୍ପ ନାହିଁ। ତେଣୁ ପାଠପଢ଼ା ଜାରି ରଖ। ସବୁଦିନ ନିଜେ ସ୍କୁଲ ଆସିବା ସହିତ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କର। ଭବିଷ୍ୟତରେ ଭଲ ମଣିଷ ହେବାକୁ ଚେଷ୍ଟା କର। ମା’ ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।ଏହି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବକୃତାରେ ଅନୁଗୋଳର ଝିଅ ଶର୍ମିଷ୍ଠା ସାହୁ ପ୍ରଥମସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମାନପତ୍ର ଗ୍ରହଣ କରିଛନ୍ତି ।ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ ଦୁଲଭ କୁମାର ସାହୁଙ୍କ ଝିଅ ଶର୍ମିଷ୍ଠା । ବକୃତାରେ ପ୍ରଥମ ସ୍ଥାନ ଅଧିକାର କରିବାପରେ ବେଶ ଉତ୍ସାହିତ ଅଛନ୍ତି ଶର୍ମିଷ୍ଠା ଓ ତାଙ୍କ ପରିବାର । ଏଭଳି ଝିଅଙ୍କ ପ୍ରତିଭା ଜାଣି ଅନୁଗୋଳ ମାଟି ଗର୍ବିତ ।

Leave A Reply

Your email address will not be published.