Webportal

ଡକାୟତି ଯୋଜନା ସମୟରେ ଅନୁଗୁଳ ପୋଲିସ ଦ୍ୱାରା ଗିରଫ

0 515

ଅନୁଗୁଳ ପୋଲିସ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସାତ ତାରିଖ ରାତି ପ୍ରାୟ ଦୁଇଟା ତିରିଶ ସମୟରେ ଏସଆଇ ଶ୍ରୀ ମାଝୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଡକାୟତି ରୋକିବା ପାଇଁ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲେ କି ପାଞ୍ଚ ରୁ ଛଅ ଜଣ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ବସି ବାୟପାସ ରାସ୍ତାରେ ଭାରିଯାନ ରୁ ଡକାୟତି କରୁଛନ୍ତି।ଏହାପରେ ପେଟ୍ରୋଲିଂ ଦଳ ସୂଚନା ମିଳିଥିବା ସ୍ଥାନରେ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଲୁହା ଛଡ଼ ଓ ଛୁରୀ ଜବତ କରିଥିଲେ।ଆଉ ତିନିଜଣ ଫେରାର ହେବାରେ ସଫଳ ହୋଇଥିଲେ।ପୂର୍ବରୁ ମଧ୍ୟ ସଂଖ୍ୟାଧିକ ଚୋରି ଓ ଡକାୟତି ମାମଲାରେ କୋର୍ଟ ଚାଲାଣ କରାଯାଇଛି।ଗିରଫ ମାନେ ହେଲେ କୁମୁଣ୍ଡର ଅନିଲ ସେଠି, ହାକିମପଡା ର ରାଜୁ ବେହେରା ଓ ଦୁଇଜଣ ନାବାଳକ।

Leave A Reply

Your email address will not be published.