Webportal

ନାଲକୋ ପୋଲିସ ର ଫ୍ଲାଗ ମାର୍ଚ୍ଚ

0 322

ଅନୁଗୁଳ ଜିଲ୍ଲାରେ
ଆସନ୍ତା ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପାଦନ କରିବା ପାଇଁ  ନାଲକୋ ପୋଲିସ ପକ୍ଷରୁ ଅଧିକ ରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।ଏହି ପରି ପେକ୍ଷୀରେ ନାଲକୋ ପୋଲିସ ପକ୍ଷରୁ ନାଲକୋ ଥାନା ଅନ୍ତର୍ଗତ କୁଲାଡ, ବଳରାମପ୍ରସାଦ ଏବଂ କାଣ୍ଡଶର ଓ ସିପିପି ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ଯାହା ସମ୍ପୃକ୍ତ ଅଞ୍ଚଳରେ ଅପରାଧୀ ମାନଙ୍କ ପାଇଁ ସତର୍କ ଘଣ୍ଟି। ଏହି ପ୍ରକାରର ଫ୍ଲାଗ ମାର୍ଚ୍ଚ ନାଲକୋ ଥାନାର ବିଭିନ୍ନ ସ୍ଥାନରେ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ବୋଲି ନାଲକୋ ଥାନା ଆଇ ଆଇ ସି ଗିତାଞଳୀ ସାହୁ ସୂଚନା ଦେଇଛନ୍ତି। ଏହି ଫ୍ଲାଗ୍ ମାର୍ଚ୍ଚ ରେ ଅତିରିକ୍ତ ତହସିଲଦାର ଓ ମାଜିଷ୍ଟ୍ରେଟ ଶ୍ୟାମ ସୁନ୍ଦର ସାହୁ, ଅନୁଗୋଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ନାଲକୋ ଥାନା ଅଧିକାରୀଣୀ ଗିତାଞଳି ସାହୁ ଓ ବହୁ ପୁଲିସ୍ ଅଧିକାରୀ  ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ରହିଥିଲେ ।

Leave A Reply

Your email address will not be published.