Webportal

ଚାନ୍ଦା ଆଦାୟ ରୁ ହୀନସ୍ତା

0 358

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ବଡଜୋରା ହିଙ୍ଗୁଳାଯାତ୍ରା କମିଟି ସଦସ୍ୟ ମାନଙ୍କୁ ପୋଲିସ ର ମାଡ଼ ପ୍ରତିବାଦ ରେ ଆଜି ବାଗେଡିଆ ଫାଣ୍ଡି ଘେରାଉ କରାଯାଇଛି।ଘଟଣାରୁ ପ୍ରକାଶ ଯେ ଆସନ୍ତା ଅଠର ତାରିଖରେ ମା ହିଙ୍ଗୁଳା ଙ୍କର ପୂଜା ପାଇଁ କମିଟିର ସଦସ୍ୟ ମାନେ ଲୋକ ମାନଙ୍କ ଠାରୁ ଦାନ ଅର୍ଥ ସଂଗ୍ରହ କରୁଥିଲେ। ପୋଲିସ ଜୋର ଜବରଦସ୍ତ ଅର୍ଥ ଆଦାୟ ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅର୍ଥ ଆଦାୟ କରିବା ପାଇଁ ବାରଣ କରିଥିଲେ।ତା ପରେ କଥା ଉଚ୍ଚବାଚ ଓ ଆଇନଶୃଙ୍ଖଳା ପରିସ୍ଥିତି ପର୍ଯ୍ୟନ୍ତ ଯାଇଥିଲା।ଏହାର ପ୍ରତିବାଦରେ ଏହି ଘେରାଉ କରାଯାଇଛି।ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଉତ୍ୟକ୍ତ ମାନଙ୍କୁ ବୁଝେଇବା ଚେଷ୍ଟା ଜାରି ରଖିଛନ୍ତି।ବୁଦ୍ଧିଜୀବୀ ମହଲରେ ରାସ୍ତାରେ ଏହି ପ୍ରକାର ଜୋର ଜବରଦସ୍ତ ଚାନ୍ଦା ଆଦାୟ କୁ ଭୀଷଣ ନିନ୍ଦା କରାଯାଇଛି ଓ ପୋଲିସ କୁ ମଧ୍ୟ ମାଡ଼ ନ ମାରି ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.