Webportal

ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର

ପୁରୀ ଡାଞ୍ଚାରେ ପ୍ରସ୍ତୁତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆକ୍ଟ

0 176

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆକ୍ଟ ଖୁବ ଶୀଘ୍ର ପ୍ରଣୟନ କରାଯିବ ବୋଲି ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି।ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର ସମସାମୟିକ ହୋଇଥିବାରୁ ଏପରି ଆକ୍ଟ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅବସରରେ କହିଥିଲେ।ଏଥି ସହ ଆକ୍ଟ ପ୍ରସ୍ତୁତି ଓ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ ପାଇଁ ଟ୍ରଷ୍ଟ ବୋର୍ଡ ଆଇନ ବିଭାଗକୁ ଦେବୋତ୍ତର କମିଶନଙ୍କ ମାଧ୍ୟମରେ ପ୍ରସ୍ତାବ ଦିଆଯିବ।ମନ୍ଦିର ଚତୁରପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ, ପୁରାତତ୍ୱ ବିଭାଗ ଦ୍ଵାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ ସମ୍ଭଧିତ ସମସ୍ୟାର ସମାଧାନ, ଵ୍ୟାଖ୍ୟାନ କେନ୍ଦ୍ର ସମୁଖର ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା କଥା ମଧ୍ୟ ଆଲୋଚନା ହୋଇଥିଲା।

Leave A Reply

Your email address will not be published.