Webportal

୬ ରେ ଓଡ଼ିଶା ଫେରିବେ ଜଗା-କାଳିଆ

0 188

ଆସନ୍ତା ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ ରେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥବା ଜଗା-କାଳିଆ ଦିଲ୍ଲୀ ଏମ୍ସ ରୁ ଫେରିବେ ଓ ୭ ତାରିଖରେ ସେମାନେ ସିଧା କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି। ସେମାନଙ୍କ ସହ ଦିଲ୍ଲୀ ଏମ୍ସ ର ଡାକ୍ତର ଦୀପକ ଗୁପ୍ତା, ଜି ରଥ, କେ କୁମାର ଓ ଏ ଡାନିଏଲ ଆସୁଥିବା ବେଳେ କଟକ ଏସସିବି ର ସହକାରୀ ପ୍ରଫେସର ଡାକ୍ତର ଏସ ଏସ ବରିହା, ବି ପି ନାୟକ ଓ ଓଡ଼ିଆ ନିବାସର ଅଧିକାରୀ ଡି କେ ସାମଲ ଆସୁଛନ୍ତି।କଟକ ଏସସିବି ମେଡିକାଲ ରେ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ଓ ଏ ନେଇ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି ଏବଂ ଉକ୍ତ ଦଳ ସେମାନଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ।ସେମାନେ ଏକ ସ୍ୱତନ୍ତ୍ର ନ୍ୟୁରୋ ସର୍ଜରୀ ବିଭାଗର କ୍ୟାବିନ ରେ ରହିବ।ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଏସସିବି ମେଡ଼ିକାଲ କଲେଜ ଅଧିକ୍ଷକ ପ୍ରଫେସର ଡାକ୍ତର ସି ବି କେ ମହାନ୍ତିଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.