Webportal

ଦେଖିବାକୁ ମିଳିଛିହିନ୍ଦୁରୀତି ର ବ୍ୟତିକ୍ରମ, ନିଜ ମା ର ଶବ ସତ୍କାର କଲାନାହିଁ ପୁଅ

0 172

ଅନୁଗୁୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ କାନ୍ଧ ଦେଇ ନ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଗାଁରେ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀ ଛେଣ୍ଡିପଦା ଥାନାକୁ ଜଣାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ। ସୂଚନାମୁତାବକ, ମାଛକୁଟା ଗାଁର ଦ୍ୱାରିକା ନାଥ ଗଡ଼ନାୟକଙ୍କ ସ୍ତ୍ରୀ ଗହମ ଗଡ଼ନାୟକ କିଛି ମାସ ହେବ ରୋଗଗ୍ରସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାରିବାରିକ କଳହକୁ ନେଇ ତାଙ୍କ ପୁଅ ଧରଣୀ ବାହାରେ ରହୁଥିବା ବେଳେ ମା’ଙ୍କ ମୃତ୍ୟୁ ନେଇ ସମ୍ପର୍କୀୟ ତାଙ୍କୁ ଖବର ଦେଇଥିଲେ। ହେଲେ ବଡ଼ ବିଡ଼ମ୍ବନାର ବିଷୟ ଘରଠାରୁ ୫ କିଲୋମିଟର ଦୂରରେ ପୁଅ ଧରଣୀ ରହୁଥିବା ବେଳେ ମା’ର ଅନ୍ତିମ ସଂସ୍କାର ପାଇଁ ଆସି ନ ଥିଲେ। ତେବେ ପୁଅର ଏଭଳି କାର୍ଯ୍ୟକୁ ନେଇ ସମଗ୍ର ଅଞ୍ଚଳରେ ନିନ୍ଦା କରାଯିବା ସହ ଏକ ଲଜ୍ୟାଜନକ ଘଟଣା ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.