Webportal

କଳିଙ୍ଗ ହସ୍ପିଟାଲର ଦୁଇ ଅଲ୍ଟ୍ରାସାଉଣ୍ଡ ମେସିନ ସିଲ

କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ

0 433

ଆଇନ ଉଲଂଘନ ଅଭିଯୋଗ ରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ କୁ ସିଲ କରାଯିବା ସହ ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ର ପିପିପିଏନଡିଟି ସେଲ ପକ୍ଷରୁ ମିଳିତ ଭାବେ କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଥିଲା। ଏହି ସମୟରେ ଅଲ୍ଟ୍ରାସାଉଣ୍ଡ କରାଉଥିବା ପ୍ରସୂତି ମାନଙ୍କର ରେକର୍ଡ଼ ପତ୍ର ଠିକ ଭାବେ ନ ମିଳିବା ସହ ତାଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ଏଫ ରେ ଅଲ୍ଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମ ରେ ତାହା ନ ଥିଲା ଯାହା ପାଇଁ ଉକ୍ତ ହସ୍ପିଟାଲରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲୁଥିବା ଯାଞ୍ଚ ଅଧିକାରୀ ମାନଙ୍କ ସନ୍ଦେହ ହୋଇଥିଲା।ଉଲେଖନୀୟ କି ଗତ ସପ୍ତାହରେ ଡ୍ରଗ କଂଟ୍ରୋଲ ବିଭାଗ ପକ୍ଷରୁ ଏହି ହସ୍ପିଟାଲ ଉପରେ ଅଚାନକ ଚଢ଼ାଉ କରାଯାଇ ଔଷଧ ଗୁଡ଼ିକର ଯାଞ୍ଚ କରାଯାଇଥିଲା ଓ ସନ୍ଦେହ ହେବାରୁ ଛଅ ଟି ଔଷଧ କୁ ଜବତ କରି ପରୀକ୍ଷା ପାଇଁ ପଠା ଯାଇଛି। ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ଏହି ଔଷଧ ବିକ୍ରି ବା ବ୍ୟବହାର କରି ପାରିବେ ନାହିଁ। ଏହାପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର ଅଭିଯୋର ତଦନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସଟିଏଫ ସୁବିଧା କୁ ସାମୟିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି।

Leave A Reply

Your email address will not be published.