Webportal

ରସଗୋଲା କୁ ମିଳିଲା ଜିଆଇ ମାନ୍ୟତା

0 191

ଓଡ଼ିଶାର ରସଗୋଲାକୁ ଜିଓଗ୍ରାଫିକ ଇଣ୍ଡିକେସନ ବା ଜିଆଇ ମାନ୍ୟତା ମିଳିଛି ଯାହା ରାଜ୍ୟ ପାଇଁ ଗର୍ଵ ଓ ଗୌରବ ର ବିଷୟ।ଏହି ମାନ୍ୟତା ର ସୂଚନା ଏକ ବିଜ୍ଞପ୍ତି ଦ୍ୱାରା ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରାର ଜଣାଇ ଅଛନ୍ତି।ଏହାସହ ରସଗୋଲା ବିବାଦରେ ପଶ୍ଚିମବଙ୍ଗ ସହ ଲଢେ଼ଇ ରେ ଓଡ଼ିଶାର ବିଜୟ ହେଇଛି।ଏହି ମାନ୍ୟତା ଦ୍ଵାରା ବିଦେଶକୁ ରସଗୋଲା ରପ୍ତାନୀ କରିବାର ପଥ ସହଜ ଓ ସୁଗମ ହେବ ଯାହା ଏହି ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ରେ ସହାୟକ ହେବ। ସୂଚନାଯୋଗ୍ୟ ଯେ ଓଡ଼ିଶା ଖୁଦ୍ରଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ଲାଗି ଆବେଦନ କରା ଯାଇଥିଲା।ରସଗୋଲା ଉତ୍ପତିର ଇତିହାସ ଓଡ଼ିଶାରେ ବହୁ ପ୍ରାଚୀନ ଓ ପୁରାତନ।ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତରଫରୁ ଦେବି ଲଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନ ଭଞ୍ଜନ କରିବାର ପ୍ରଥା ରହିଛି।ଶ୍ରୀ ମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଭିତରଚ୍ଛ ସେବକ ଏହି ସେବା ମନ୍ଦିର ରେ କରିଥାନ୍ତି।

Leave A Reply

Your email address will not be published.