Webportal

ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ

0 186

ଅନୁଗୁୁଳ ଜିଲ୍ଲା ବଁଅରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ପଞ୍ଚାୟତ ରେ ଜଳ କଷ୍ଟ ଏବେ ଅତିଷ୍ଠ କରାଇସାରିଲାଣି । ଗ୍ରାମ ରେ ପ୍ରାୟ ୧୦,୦୦୦ ରୁ ଅଧିକ ଲୋକ ବସ ବାସ କରୁଥିବା ବେଳେ ମାତ୍ର ଗୋଟିଏ ଓଭର ହେଡ଼ ଟ୍ୟାଙ୍କ ଦ୍ୱାରା ପିଇବା ପାଣି ବ୍ୟବସ୍ଥା କରାଯାଇଛି । ବହୁ ଅଂଚଳ ରେ ଷ୍ଟାଣ୍ଡପୋଷ୍ଟ ଗୁଡିକ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଭଗ୍ନ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି । ଶାଳବଣି ସାହି, ନୁଆସାହି, ଉପରସାହି , ଶେରେଣାବେଡା , ବର ସାହି, ହାଟଛକ ଆଦି ୬ ରୁ ଉର୍ଦ୍ଧ ସାହି ରେ ପ୍ରାୟ ୪୦୦୦ ଲୋକ ବସବାସ କରୁଥିବା ବେଳେ ହାତ ଗଣତି କେତୋଟି ନଳକୂପ ଏବେ ଚାଲୁଛି । କିଛି ନଳକୂପ ସମ୍ପୂର୍ଣ ଅଚଳ ହୋଇପଡିଥିବା ବେଳେ କେତେ ନଳକୂପ ରୁ କାଦୁଅ ପାଣି ବାହାରୁଛି । ଲୋକ ଙ୍କ ଅଭିଯୋଗ ଯେ ନଳକୂପ ରୁ ଲୁହା ଗୁଣ୍ଡ ମିଶା ପାଣି ବାହାରୁଚି । କେତେକ ନଳକୂପ ରୁ ମାତ୍ର ଦୁଇ ବାଲଟି ପାଣି ବାହାରିଲା ପରେ ତାହା ଶୁଖିଲା ହୋଇଯାଉଛି । ଦୈନଦିନ  କାର୍ୟ୍ଯ୍ଯ୍ୟ୍ଯ୍ୟ ପାଇଁ ଲୋକ ପାଖ ଜୋର ଓ ପୋଖରୀ କୁ ବ୍ୟବହାର କରୁଛନ୍ତି ଓ ତାହା ବି ବଡ କଦର୍ଯ୍ୟ ଅବସ୍ଥା ରେ । ଗାଁ ର ମହିଳା ମାନେ ୨ କିଲୋମିଟର ଦୂର ରୁ ମୁଣ୍ଡ ରେ ପାାଣି ଆଣିଲେ ଦିନ ରେ ପରିବାର ଚାଲେ । ଏପଟେ ସରକାର ଙ୍କ ତରଫରୁ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏକ ନୂଆ ପିଇବା ପାଣି ପ୍ରକଳ୍ପ ତିଆରି ହେଉଥିବା ବେଳେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଲୋକ ମାନଙ୍କୁ ଜଳ ଯୋଗାଇଦେବାକୁ ସରପଞ୍ଚ ପ୍ରତିଶୁତି ଦେଇଥିବା ବେଳେ, ବିଭାଗୀୟ ଉଦାସୀନତା ହେଉ ଅବା ଠିକାଦାର ଙ୍କ ମନମୁଖି କାର୍ଯ୍ୟ ପାଇଁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ ହୋଇ ପାରିନି । ଗ୍ରାମ ର ଶତାଧିକ ମହିଳା ପଞ୍ଚାୟତ ଅଫିସ କୁ ଆସି ଏହି ବିଷୟ ରେ ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଲୋକ ପ୍ରକାଶ କରିଛନ୍ତି ! ଆଗକୁ ଗ୍ରୀଷ୍ମ ପ୍ରବାହ ବଢୁଥିବା ହେତୁ ଏହି ଦିଗ ରେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି, ତେବେ ଗାଁ ର ସମସ୍ତ ମହିଳା ରାଜରାସ୍ତା କୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.